ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି

0 78

ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ପଶ୍ଚିମଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମୂଷଳ ବର୍ଷା ସହିତ କୁଆପଥର ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆସନ୍ତା ଦୁଇଦିନ ପୂର୍ବ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗିରହିବ ।


ଅଦିନିଆ ବର୍ଷାଯୋଗୁଁ ପୁଣି ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ବର୍ତ୍ତମାନ ଖରିଫ ଧାନ ଅମଳ ସମୟରେ ଅନେକ ମଣ୍ଡିରେ ଧାନ ବିକ୍ରି ହୋଇନପାରି ପଡିରହିଥିବାବେଳେ ବର୍ଷା ଯୋଗୁଁ ତାହା ନଷ୍ଟ ହେବାର ସମ୍ଭାବନା ରହିଛି । ଶୀତଦିନରେ ଲଗାତାର ଅଦିନିଆ ବର୍ଷା ଏବଂ କୁଆପଥର ମାଡ଼ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଚାଷୀକୂଳ । ଏଣୁ କ୍ଷତିଗ୍ରସ୍ତ
ଚାଷୀ ମଣ୍ଡିରୁ ସଠିକ୍‍ ସମୟରେ ଧାନ ଉଠାଇବା ସହ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ।

Leave A Reply