ଝାଡଖଣ୍ଡରୁ ଅମ୍ଳଜାନ ଏକ୍ସପ୍ରେସ ରେ ୮୦୨୫ ମେଟ୍ରିକ ଟନ୍ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ), ଓଡିଶାରୁ ୭୧୦୨ ମେଟ୍ରିକ ଟନ୍(ଏଲଏମଓ), ଗୁଜରାଟରୁ ୬୩୮୪ ମେଟ୍ରିକ ଟନ୍, ପଶ୍ଚିମବଙ୍ଗରୁ ୧୩୬୦, ମହାରାଷ୍ଟ୍ରରୁ ୪୮୮ଟନ୍, ଛତିଶଗଡରୁ ୧୬୪ଟନ ଓ ଆନ୍ଧ୍ରପ୍ରଦେଶରୁ ୧୬୪ ମେଟ୍ରିକ ଟନ୍ (ଏଲଏମଓ) ଦେଶର ବିଭିନ୍ନ ସ୍ଥାନକୁ ପଠାଯାଇଛି ।
ଦେଶରେ ବିଭିନ୍ନ ସ୍ଥାନକୁ ୨୩୭୪୧ ମେଟ୍ରିକ ଟନ୍ରୁ ଅଧିକ ଅମ୍ଳଜାନ ପଠାଯାଇଛି । ୩୪୪ ଅମ୍ଳଜାନ ଏକ୍ସପ୍ରେସ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଏହା ପଠାଯାଇଛି ।
ଦେଶର ବିଭିନ୍ନ ସ୍ଥାନକୁ ୨୩ହଜାର ୭୪୧ ମେଟ୍ରିକ ଟନ୍ରୁ ଅଧିକ ଅମ୍ଳଜାନ ପଠାଯାଇଛି । ୩୪୪ଅମ୍ଳଜାନ ଏକ୍ସପ୍ରେସ ଯୋଗେ ଦେଶର ବିଭିନ୍ନ ସ୍ଥାନକୁ ଏହା ପଠାଯାଇଛି ।
ଅମ୍ଳଜାନ ଏକ୍ସପ୍ରେସ ୧୪୦୫ଟି ଟ୍ୟାଙ୍କରରେ (ଏଲଏମଓ) ପରିବହନ କରି ୧୫ଟି ରାଜ୍ୟ ପାଇଁ ଆଣିଛନ୍ତି ଆଶ୍ୱସ୍ତି
ମହାରାଷ୍ଟ୍ରକୁ ୬୧୪ ମେଟ୍ରିକ ଟନ୍ ଅମ୍ଳଜାନ, ଉତ୍ତରପ୍ରଦେଶକୁ ପାଖାପାଖି ୩୭୯୭ଏମଟି, ମଧ୍ୟପ୍ରଦେଶକୁ ୬୫୬ଏମଟି, ଦିଲ୍ଲୀକୁ ୫୬୯୨ଏମଟି, ରାଜସ୍ଥାନକୁ ୯୮ଏମଟି, କର୍ଣ୍ଣାଟକକୁ ୨୬୭ଏମ୍ଟି, ପଞ୍ଜାବକୁ ୨୨୫ଏମଟି , ଉତ୍ତରାଖଣ୍ଡକୁ ୩୨୦ଏମଟି, ତାମିଲନାଡୁ ୨୩୪୮ଏମଟି, ଆନ୍ଧ୍ରପ୍ରଦେଶକୁ ୨୨୭୯ଏମଟି, ପଞ୍ଜାବକୁ ୨୨୫ଏମଟି, କେରଳକୁ ୫୧୩ ଏମଟି, ତେଲେଙ୍ଗାନାକୁ୨୦୨୬ଏମଟି, ଝାଡଖଣ୍ଡକୁ ୩୮ଏମଟି, ଓ ଆସାମକୁ ୩୨୦ ଏମଟି, ଏଲଏମଓ ପଠାଯାଇଛି ।
ପୋଷ୍ଟ କରାଯିବା ଦିନାଙ୍କ: ୦୨ ଔଟଘ ୨୦୨୧ ୬:୩୧ଚଗ ଭଚ୍ଚ ଚଓଈ ଈଷଙ୍କଭବଦ୍ଭରଗ୍ଦଷଙ୍ଗବକ୍ସ
ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, ୧୪୦୫ରୁ ଅଧିକ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଛି । ଏଠାରେ ସୂଚନାଯୋଗ୍ୟ ଯେ ୩୪୪ ଅମ୍ଳଜାନ ଏକ୍ସପ୍ରେସ ଦେଶବ୍ୟାପୀ ଏହି ଏଲଏମଓ ପହଞ୍ଚାଇବାରେ ସହାୟତା କରିଛନ୍ତି ।
ଏପର୍ୟ୍ୟନ୍ତ ଅମ୍ଳଜାନ ଏକ୍ସପ୍ରେସ ୮୦୨୫ଏମ.ଟି ଝାଡଖଣ୍ଡରୁ, ୭୧୦୨ ଏମ.ଟି. ଓଡିଶାରୁ, ୬୩୮୪ ଏମ.ଟି ଗୁଜରାଟରୁ, ୧୩୬୦ଏମ.ଟି ପଶ୍ଚିମବଙ୍ଗରୁ, ୪୮୮ ଏମ.ଟି ମହାରାଷ୍ଟ୍ରରୁ, ୨୧୮ଏମ.ଟି. ଛତିଶଗଡରୁ ଓ ୧୬୪ ଏମ.ଟି. ଏଲଏମଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଛନ୍ତି ।
ଦେଶର କୋଣ ଅନୁକୋଣରୁ ଭାରତୀୟ ରେଳବାଇ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିଛି । ଯେପରିକି ପଶ୍ଚିମ ଭାରତର ହେପା, ବରୋଦା ଓ ମୁନ୍ଦ୍ରା, ପୂର୍ବାଞ୍ଚଳରୁ ରାଉରକେଲା, ଦୁର୍ଗାପୁର, ଟାଟାନଗର ଓ ଅନୁଗୋଳରୁ ଅମ୍ଳଜାନ ନେଇ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଆସାମରେ ପହଞ୍ଚାଇଛନ୍ତି । ବର୍ତ୍ତମାନ ମଧ୍ୟ ୨୨ଟି ଟ୍ୟାଙ୍କରରେ ୪୨୦ଏମ.ଟି. ଏଲଏମଓ ଧରି ଛଅଟି ଅମ୍ଳଜାନ ଏକ୍ସପ୍ରେସ ତା’ର ଯାତ୍ରାପଥରେ ରହିଛି ।
ଅମ୍ଳଜାନ ଏକ୍ସପ୍ରେସ ଜରିଆରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ତେଲଙ୍ଗାନା ଭଳି ଦକ୍ଷିଣାଞ୍ଚଳ ରାଜ୍ୟଗୁଡିକ ୨୦୦୦ମେଟ୍ରିକ ଟନ୍ରୁ ଅଧିକ ଏଲଏମଓ ପାଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଆଜକୁ ୩୯ଦିନ ପୂର୍ବରୁ ଅମ୍ଳଜାନ ଏକ୍ସପ୍ରେସ ୨୪ ଏପ୍ରିଲରେ ପ୍ରଥମେ ୧୨୬ଏମ ଟି ଏଲଏମଓ ମହାରାଷ୍ଟ୍ରରେ ପହଞ୍ଚାଇଥିଲେ ।
ଅନୁରୋଧକାରୀ ରାଜ୍ୟଗୁଡିକୁ ସବୁଠାରୁ କମ୍ ସମୟ ମଧ୍ୟରେ ଅମ୍ଳଜାନ ପହଞ୍ଚାଇବା ଗୁରୁଦାୟିତ୍ୱ ରେଳବାଇ ଉପରେ ନ୍ୟସ୍ତ ଥିଲା । ଅମ୍ଳଜାନ ଏକ୍ସପ୍ରେସ ୧୫ଟି ରାଜ୍ୟ ଯଥା ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିୟାଣା, ତେଲେଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ, ଉତ୍ତରପ୍ରଦେଶ,, ଝାଡଖଣ୍ଡ ଏବଂ ଆସାମ ।
ବର୍ତ୍ତମାନ ସୁଦ୍ଧା ୬୧୪ଏମ.ଟି ଅମ୍ଳଜାନ, ମହାରାଷ୍ଟ୍ରରେ ପହଞ୍ଚାଯାଇଥିବାବେଳେ ପାଖାପାଖି ୩୭୯୭ ଏମ.ଟି ଉତ୍ତରପ୍ରଦେଶ, ୫୫୬ ମଧ୍ୟପ୍ରଦେଶ, ୫୬୯୨ ଏମ.ଟି ଦିଲ୍ଳୀ, ୨୧୩୫ ଏମ.ଟି. ହରିୟାଣା, ୯୮ଏମ.ଟି. ରାଜସ୍ଥାନ, ୨୬୭୪ଏମ.ଟି. କର୍ଣ୍ଣାଟକ, ୩୨୦ଏମ.ଟି. ଉତ୍ତରାଖଣ୍ଡ , ୨୩୪୮ ଏମ.ଟି. ତାମିଲନାଡୁ, ୨୨୭୯ ଏମ.ଟି ଆନ୍ଧ୍ରପ୍ରଦେଶ, ୨୨୫ଏମ.ଟି. ପଞ୍ଜାବ, ୫୧୩ଏମ.ଟି. କେରଳ, ୨୦୨୬ଏମ.ଟି ତେଲେଙ୍ଗାନା, ୩୮ଏମ.ଟି. ଝାଡଖଣ୍ଡ ଓ ୩୨୦ ଏମ.ଟି ଆସାମରେ ପହଞ୍ଚାଯାଇଛି ।
୧୫ଟି ରାଜ୍ୟର ୩୯ଟି ସହର/ମହାନଗରୀରେ ଅମ୍ଳଜାନ ଏକ୍ସପ୍ରେସ ଏଲଏମଓ ପହଞ୍ଚାଇଛି । ସେ ସହରଗୁଡିକ ହେଲା ଉତ୍ତରପ୍ରଦେଶର ଲକ୍ଷ୍ନୌ, ବାରଣାସୀ, କାନପୁର, ବରେଲୀ, ଗୋରଖପୁର ଏବଂ ଆଗ୍ରା, ମଧ୍ୟପ୍ରଦେଶର ଜବଲପୁର,ସାଗର, କଟନୀ, ଭୋପାଳ, ମହାରାଷ୍ଟ୍ରର ନାଗପୁର, ନାସିକ, ପୁଣେ, ମୁମ୍ବାଇ, ଓ ସୋଲାପୁର । ତେଲେଙ୍ଗାନାର ହାଇଦ୍ରାବାଦ, ହରିୟାଣାର ପରିଦାବାଦା ଓ ଗୁରୁଗ୍ରାମ । ଦିଲ୍ଲୀର ତୁଘଲକାବାଦ, ଦିଲ୍ଲୀ କ୍ୟାଣ୍ଟ ଓ ଓଖଲା । ରାଜସ୍ଥାନର କୋଟା ଓ କନକପରା, କର୍ଣ୍ଣାଟକର ବେଙ୍ଗାଲୁର, ଉତ୍ତରାଖଣ୍ଡର ଡେରାଡୁନ, ଆନ୍ଧ୍ରପ୍ରଦେଶର ନେଲୋର, ଗୁଣ୍ଟୁରୁ, ତାଡିପାଟ୍ରି ଓ ବିଶାଖାପାଟଣା, କେରଳର ଏର୍ଣ୍ଣାକୁଲମ୍, ତାମିଲନାଡୁର ତିରୁଭାଲୁର, ଚେନ୍ନାଇ, ତୁତିକୋରିନ୍, କୋଏମ୍ବାଟୁର ଏବଂ ମଦୁରା,ପଞ୍ଜାବର ଭାଟିଣ୍ଡା ଏବଂ ଫିଲାଉର, ଆସାମର କାମରୂପ ଓ ଝାଡଖଣ୍ଡର ରାଞ୍ଚି ।
ଭାରତୀୟ ରେଳବାଇ ବିଭିନ୍ନ ଯାତ୍ରାପଥର ମାନଚିତ୍ର ଅନୁସାରେ ଆବଶ୍ୟକ ସ୍ଥାନରେ ଏଲଏମଓ ପହଚାଇଛି ଓ ଯେଉଁ ରାଜ୍ୟରୂ ଅଣାଯିବ ସେ ରାଜ୍ୟଗୁଡିକ ଭାରତୀୟ ରେଳବାଇକୁ ଏଲଏମଓ ଦେବାରେ ସହାୟତା କରିଛନ୍ତି । ଯେପରି କମ୍ ସମୟ ମଧ୍ୟରେ ଅମ୍ଳଜାନ ଟ୍ୟାଙ୍କର ଆବଶ୍ୟକତା ଅନୁସାରେ ପହଞ୍ଚିବ ସେ ଅନୁସାରେ ଭାରତୀୟ ରେଳବାଇ ବ୍ୟବସ୍ଥା କରିଛି । ଏହି ଏଲଏମଓ ମାଲ ପରିବହନ କାରୀ ଟ୍ରେନଗୁଡିକର ସାଧାରଣ ଗତି ଘଣ୍ଟାପ୍ରତି ୫୫ ରଖାଯାଇଛି । ନିର୍ଦ୍ଧାରିତ ସମୟରେ ଯେପରି ଟ୍ରେନଗୁଡିକ ପହଞ୍ଚିବ, ସେଥିପାଇଁ ଷ୍ଟାଫ ପରିବର୍ତ୍ତନ ପାଇଁ ଟେକ୍ନିକାଲ ରହଣି ସମୟ ମଧ୍ୟ ଗୋଟିଏ ମିନିଟ୍କୁ ହ୍ରାସ କରାଯାଇଛି । ଅମ୍ଳଜାନ ଏକ୍ସପ୍ରେସ ଯେପରି ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବ, ସେଥିପାଇଁ ଅତ୍ୟଧିକ ସତର୍କତା ଅବଲମ୍ବନ କରାଯାଇ ଏହି ଟ୍ରେନ ଗୁଡିକ ପାଇଁ ଟ୍ରାକ ମୁକ୍ତ ରଖାଯାଇଛି । ନୂତନ ଅମ୍ଳଜାନ ଏକ୍ସପ୍ରେସ ଯାତ୍ରା ଖୁବ୍ ଆହ୍ୱାନମୂଳକ ହୋଇଥିବାରୁ ଏହାର ସର୍ବଶେଷ ତଥ୍ୟ ସବୁବେଳେ ବିଶ୍ଳେଷଣ ମଧ୍ୟ କରାଯାଉଛି ।