୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ

0 82

ଭାରତର ଖାଦ୍ୟ ସୁରକ୍ଷାମାନକ କର୍ତ୍ତୃପକ୍ଷ (ଏଫ୍‍.ଏସ୍‍.ଏସ୍‍.ଏ.ଆଇ.) ପକ୍ଷରୁ ୨୦୨୦-୨୧ ବର୍ଷ ଲାଗି ପ୍ରକାଶିତ ଖାଦ୍ୟ ସୁରକ୍ଷା ସୂଚକାଙ୍କରେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖଲାଲ ମାଣ୍ଡବୀୟ ଉନ୍ମୋଚନ କରିଥିବା ରିପୋର୍ଟ ଅନୁଯାୟୀ ଖାଦ୍ୟ ସୁରକ୍ଷାରେ ଗୁଜରାଟ ପ୍ରଥମ, କେରଳ ଦ୍ୱିତୀୟ ଏବଂ ତାମିଲନାଡୁ ପରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି ।

୨୦୧୯-୨୦ ବର୍ଷରେ ଓଡ଼ିଶା ୧୩ତମ ସ୍ଥାନରେ ଥିଲା । ୨୦୧୯ ପର୍ଯ୍ୟନ୍ତ ଓଡ଼ିଶା ଖାଦ୍ୟ ନିରାପତ୍ତାରେ ଦୁର୍ବଳ ରାଜ୍ୟ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିଲା । ମାନବ ସମ୍ବଳ ଔଦ୍ୟୋଗିକ ତଥ୍ୟ, ଖାଦ୍ୟ ସୁରକ୍ଷା ଆଇନ୍‍ର ଅନୁପାଳନ, ପରୀକ୍ଷା ଭିତ୍ତିଭୂମି, ତଦାରଖ, ତାଲିମ, ସାମର୍ଥ୍ୟ ନିର୍ମାଣ ଏବଂ ଖାଉଟି ସଶକ୍ତି କରଣ ଆଦି ବିଭିନ୍ନ ଦିଗକୁ ବିଚାରକୁ ନେଇ ଏଫ୍‍.ଏସ୍‍.ଏସ୍‍.ଏ.ଆଇ. ଖାଦ୍ୟ ନିରାପତ୍ତା ସୂଚକାଙ୍କ ପ୍ରସ୍ତୁତ କରିଥାଏ ।

Leave A Reply