ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ – ହେଲେ ହାଇକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ

0 98

ଓଡ଼ିଶା ବନ୍ଦକୁ ନେଇ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ବନ୍ଦ ସମୟରେ ଆନ୍ଦୋଳନକାରୀମାନେ ଜୋର୍‍ ଜବରଦସ୍ତ ଦୋକାନ ବଜାର, ଗାଡ଼ି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ ।

ଗଣତନ୍ତ୍ର ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିପାରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି । ଯଦି କେହି ନିୟମ ଉଲ୍ଲଙ୍ଘନ କରି ଆନ୍ଦୋଳନ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସାଧାରଣ ଲୋକଙ୍କ ଜୀବନଯାତ୍ରା ଯେପରି ପ୍ରଭାବିତ ନ ହୁଏ, ସେଥିପ୍ରତି ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଅଖଚକ ବନ୍ଦ ଡାକରାକୁ ନେଇ ଜଣେ ବ୍ୟବସାୟୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଏହାକୁ ଗୁରୁତ୍ୱର ସହ ବିଚାର କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply