ଭୁବନେଶ୍ୱର.- ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲଗାଇବା ପାଇଁ ନିୟମ କଡାକଡି କରାଯାଇଛି । ୧୫ ଦିନ ମଧ୍ୟରେ ସମସ୍ତ ପ୍ରତିଷ୍ଠାନରେ ଓଡିଆ ନାମ ଫଳକ ଲଗାଇବା ପାଇଁ ସରକାର ନିର୍ଦେଶନାମା ଜାରି କରିଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.ବାଲାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷାରେ ନାମଫଳକ ଲଗାଇବାକୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଓଡିଆରେ ସମସ୍ତ ପ୍ରତିଷ୍ଠାନମାନଙ୍କର ୧୫ ଦିନ ମଧ୍ୟରେ ନାମ ଫଳକ ଲଗାଇବା ପାଇଁ ଏହି ବୈଠକରେ ନିଷ୍ଟତି ନିଆଯାଇଛି ।