ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍ ‘ଅକ୍ଟେନ୍‍୧୦୦’ର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ

0 441

ଦେଶର ନାଗରିକଙ୍କ ଜୀବନଶୈଳୀକୁ ଅଧିକ ସହଜ କରିବା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଗତକାଲି ଇଣ୍ଡିଆନ୍‍ ଅୟେଲ୍‍ ଦ୍ୱାରା ଦେଶର ପ୍ରଥମ ପ୍ରିମିୟମ୍‍ ଗ୍ରେଡ୍‍ ପେଟ୍ରୋଲ୍‍ ‘ଅକ୍ଟେନ୍‍୧୦୦’ର ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି, ନୂତନ ଜ୍ଞାନକୌଶଳ ମାଧ୍ୟମରେ ବିକଶିତ ହୋଇଥିବା ଏହି ସର୍ବୋକ୍ରୃଷ୍ଟ ତୈଳର ବଜାର ବିକ୍ରି ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ । ଏହି ତୈଳର ବ୍ୟବହାର ଦ୍ୱାରା ଇଞ୍ଜିନର ଗତି ବଢ଼ିବ । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଟି ସହରରେ ଏହି ଇନ୍ଧନକୁ ଉପଲବ୍ଧ କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଏହା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply