ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ତିନି ଜଣଙ୍କୁ ନୋବେଲ୍‍ ପୁରସ୍କାର

0 598

ପଦାର୍ଥ ବିଜ୍ଞାନ ଲାଗି ତିନି ଜଣ ବୈଜ୍ଞାନିକ ନୋବେଲ୍‍ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି । ସେମାନେ ହେଲେ କାନାଡ଼ା ଜନ୍ମିତ ତଥା ଆମେରିକୀୟ ବାସିନ୍ଦା ଜେମ୍ସ ପିବଲ୍ସ ଏବଂ ସୁଇଜରଲାଣ୍ଡ ନାଗରିକ
ମାଇକେଲ୍‍ ମେୟର ଓ ଡିଡିଆର୍‍ କ୍ୱେଲଜ୍‍ । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ସକାଶେ ଏହି ତିନି ଜଣଙ୍କୁ ନୋବେଲ୍‍ ସମ୍ମାନରେ ସମ୍ମାନିତ କରାଯିବ । ଜେମ୍ସଙ୍କୁ ଭୌତିକ ମହାକାଶ ବିଜ୍ଞାନ କ୍ଷେତ୍ରରେ ତାତ୍ତ୍ୱିକ ଆବିଷ୍କାର
ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ତାଙ୍କୁ ନୋବେଲ୍‍ ପୁରସ୍କାରର ଅଧା ରାଶି ମିଳିବ । ସେହି ରି ସୌରମଣ୍ଡଳ ବାହାରେ ସୂର୍ଯ୍ୟ ଭଳି ପରିକ୍ରମଣ କରୁଥିବା ତାରାର ଆବିଷ୍କାର ସକାଶେ ମେୟର ଓ କ୍ୱେଲଜଙ୍କୁ ମିଳିତ ଭାବେ ପୁରସ୍କାରରରାଶି ଦିଆଯିବ ।

Leave A Reply