ଭୁବନେଶ୍ୱର – ଆଧାର ସଂଯୋଗ ନ ହେଲେ ଏଣିକି ଚାଷୀଙ୍କୁ ମିଳିବନି ଶସ୍ୟ ଋଣ । ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିଜ ଉତ୍ପାଦିତ ଧାନ ମଧ୍ୟ ସରକାରଙ୍କୁ ବିକ୍ରି କରି।ରିବେ ନାହିଁ । ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ । ତେବେ ଧାନ ବିକ୍ରି କରିବା ପାଇଁ
ଚାଷୀ ପଞ୍ଜୀକରଣରେ ଆଧାର ଲିଙ୍କ୍ ହେବା ପରେ ଋଣ ନେଇଥିବା ଚାଷୀ ଓ ଆଧାର ସଂଯୋଗ ହୋଇଥିବା ଚାଷୀଙ୍କ ସଂଖ୍ୟାକୁ ଦେଖି ସରକାର ଚିନ୍ତାରେ ପଡ଼ିଛନ୍ତି । ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟାର ଏ ନେଇ ଏକ ଚିଠି ଲେଖିଛନ୍ତି । ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ୧୨ଲକ୍ଷ ୩୫ହଜାର ଚାଷୀଙ୍କ ଆଧାର ମଧ୍ୟରୁ ତିନି ଲକ୍ଷ ୨୭ହଜାର ଚାଷୀଙ୍କ ତଥ୍ୟ ଆଦୌ ମେଳ ଖାଉନି । ଋଣ ନେଇଥିବା ଏବଂ ଏହାକୁ ନେବା ପାଇଁ ଆବେଦନ କରିଥିବା ସବୁ ଚାଷୀମାନଙ୍କ ଆକାଉଣ୍ଟ
ସହିତ ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ ବୋଲି ଆଉ ଏକ ଚିଠିରେ ରେଜିଷ୍ଟାର ଲେଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.