ଏନ୍‌ଆଇଆର୍‌ଏଫ୍‌ ରାଙ୍କିଂରେ ଓଡ଼ିଶାର ଏହି ସବୁ ଶିକ୍ଷାନୁଷ୍ଠାନ

106

ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ର‌୍ୟାଙ୍କିଙ୍ଗ୍‍
ତାଲିକା ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ
ପ୍ରକାଶିତ ୧୦୦ଟି ବିଶ୍ୱବିଦ୍ୟାଳୟ ତାଲିକାରେ ରାଜ୍ୟର ୪ଟି ବିଶ୍ୱବିଦ୍ୟାଳୟ
ସ୍ଥାନ ପାଇଛି । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ୨୬ତମ ସ୍ଥାନରେ
ରହିଥିବାବେଳେ କିଟ୍‍ ବିଶ୍ୱବିଦ୍ୟାଳୟ ୨୯ତମ ସ୍ଥାନରେ ରହିଛି । ସେହିପରି
ଏନ୍‍.ଆଇ.ଟି, ରାଉରକେଲା ୩୭ତମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ
ଆଇ.ଆଇ.ଟି. ଭୁବନେଶ୍ୱର ୯୧ତମ ସ୍ଥାନରେ ରହିଛି ।
ସେହିପରି ଦେଶର ୫୦ଟି ପ୍ରମୁଖ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ
ଏନ୍‍.ଆଇ.ଟି. ରାଉରକେଲାକୁ ୨୯ତମ ସ୍ଥାନରେ ମିଳିଥିବାବେଳେ କିଟ୍‍କୁ
୪୪ତମ ସ୍ଥାନ ମିଳିଛି ।
ପ୍ରମୁଖ ୧୦୦ଟି ଇଞ୍ଜିନିୟରିଙ୍ଗ୍‍ ପ୍ରତିଷ୍ଠାନ ମଧ୍ୟରେ ଏନ୍‍.ଆଇ.ଟି.
ରାଉରକେଲା ଷୋଡ଼ଶ ସ୍ଥାନରେ ରହିଥିବାବେଳେ ଶିକ୍ଷା ଓ ଅନୁସନ୍ଧାନ ୧୫,
କିଟ୍‍ ୩୯ ଏବଂ ଭୁବନେଶ୍ୱର ଆଇ.ଆଇ.ଟି. ୪୭ତମ ସ୍ଥାନରେ ରହିଛି ।

Comments are closed, but trackbacks and pingbacks are open.