ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ

0 130

ଆସନ୍ତା ସେପ୍ଟେମ୍ବର ୧୨ ତାରିଖରେ କୋଭିଡ୍‍ କଟକଣା ମଧ୍ୟରେ ନୀଟ୍‍ ୟୁ.ଜି. ପରୀକ୍ଷା ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏଥିପାଇଁ ଆସନ୍ତାକାଲିଠାରୁ ପରୀକ୍ଷାର୍ଥୀଙ୍କ ପାଇଁ ଅନ୍‍ଲାଇନ୍‍ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣରୁ ଆଜି ୨ ହଜାର ୯୩୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯ ଲକ୍ଷ ୧୫ ହଜାର ୪ ଶହରେ ପହଞ୍ଚିଛି । ସେଥିମଧ୍ୟରୁ ଖୋର୍ଦ୍ଧାରୁ ୫୫୨ ଜଣ ସୁସ୍ଥ ହୋଇଥିବାବେଳେ କଟକ ୪୬୦, ଯାଜପୁରରୁ ୨୧୫, ବାଲେଶ୍ୱର ୨୦୬ ଏବଂ ପୁରୀରୁ ୧୬୦ ଜଣ ସୁସ୍ଥ ହୋଇଛନ୍ତି ।
ଅନ୍ୟପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇ ଦୈନିକ ସଂକ୍ରମଣ ୨ ହଜାର ନିମ୍ନରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲା ଓ ଷ୍ଟେଟ୍‍ ପୁଲ୍‍ରୁ ଆଉ ୧ ହଜାର ୯୯୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧ ହଜାର ୧୫୪ ଜଣ ସଙ୍ଗରୋଧରୁ ଏବଂ ୮୩୯ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଓ କଟକରୁ ୨୯୭ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି ୬୩ ଜଣ ସଂକ୍ରମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୋଟ୍‍ ମୃତ୍ୟୁସଂଖ୍ୟା ୪ ହଜାର ୬୬୨କୁ ବୃଦ୍ଧି ପାଇଛି ।

Leave A Reply