ଜାକାର୍ତ୍ତା.- ୨୦ ବର୍ଷିୟ ନୀରଜ ଭାରତ ପାଇଁ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣପଦକ ଜିତିଛନ୍ତି । ସେ ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଇଣ୍ଡୋନେସିଆରରେ ଜାକାର୍ତ୍ତାରେ ଚାଲିଥିବା ଏସୀୟ କ୍ରୀଡାରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୮.୦୬ ମିଟର ଜାଭେଲିନ୍ ଫିଙ୍ଗି ସେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
ନୀରଜ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡାରେ ଜାଭେଲିନ୍ ଥ୍ରୋରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ପ୍ରଥମ ଭାରତୀୟ ଭାବେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। କେବଳ ସେତିକି ନୁହେଁ ସେ କନିଷ୍ଠ ବର୍ଗରେ ଜାଭେଲିନ୍ ଥ୍ରୋରେ ବିଶ୍ୱ ରେକର୍ଡ ମଧ୍ୟ କରିଛନ୍ତି ।