ଗୋଧ୍ରା ଟ୍ରେନ୍‌ ପୋଡି ମାମଲାରେ ୨ ଜଣଙ୍କୁ ଆଜୀବନ କାରଦଣ୍ଡ

0 533

ଅହମ୍ମଦାବାଦ.- ଗୋଧ୍ରା ଟ୍ରେନ ପୋଡି ମାମଲାରେ ଏକ ସ୍ୱତନ୍ତ୍ର ଅଦାଲତ ୨ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରଦଣ୍ଡାଦେଶ ଦେଇଛନ୍ତି । ଏହି ମାମଲାରେ ଅନ୍ୟ ୩ ଜଣଙ୍କୁ ଅଦାଲତ ଖଲାସ କରିଛନ୍ତି ।  ୨୦୦୨ ମସିହାରେ ସାବରମତୀ ଏକ୍ସପ୍ରେସକୁ ଏହି ଅଭିଯୁକ୍ତମାନେ ପୋଡି ଦେଇଥିବା ପାଇଁ ଅନ୍ୟମାନଙ୍କୁ ଉସୁକାଇତାବ ଅଭିଯୋଗ ପ୍ରମାଣିତ ହୋଇଛି ।

ଏହି ଟ୍ରେନ ପୋଡିରେ ୫୯ ଜଣ କର ସେବକ ପ୍ରାଣ ହରାଇଥିଲେ ।  ଏହାପରେ ଗୁଜୁରାଟରେ ଦଙ୍ଗା ଦେଖା ଦେଇଥିଲା । ଏଥିରେ ୧୦୦୦ ଜଣ ପ୍ରାଣ ହରାଇଥିଲେ । ଏଥିରେ ଅଧିକାଂଶ ସଂଖ୍ୟା ଲଘୁ ଗୋଷ୍ଠୀର ଥିଲେ । ୨୦୧୫-୧୬ରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏହି ୫ ଜଣଙ୍କୁ ଗିରଫ କରିଥିଲେ । ୨ ଜଣଙ୍କ ବିରୁଦ୍ଧରେ ପ୍ରମାଣ ମିଳିଥିବା ବେଳେ ଅନ୍ୟ ତିନିଜଣଙ୍କୁ ପ୍ରମାଣ ନ ମିଳିବାରୁ ଖଲାସ କରାଯାଇଛି । ଏହି ମାମଲାରେ ୮ ଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ପୂର୍ବରୁ ସ୍ୱତନ୍ତ୍ର ଅଦାଲତ ମାର୍ଚ୍ଚ ୨୦୧୧ରେ ୩୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ  ୧୧ ଜଣଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିବା ବେଳେ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଛି ।

Leave A Reply