ଶାରଦୀୟ ନବରାତ୍ରୀର 3ୟ ଦିନରେ ମା ଚନ୍ଦ୍ରଘଣ୍ଟାଙ୍କ ଆରାଧନା କରାଯ଼ାଏ
ନବରାତ୍ରର ତୃତୀୟ ଦିବସରେ ମାତା ଚନ୍ଦ୍ରଘଣ୍ଟାଙ୍କର ଆରାଧନା କରାଯାଏ । ମାତାଙ୍କର ମସ୍ତକରେ ଅର୍ଦ୍ଧଚନ୍ଦ୍ର ଶୋଭାପାଏ ଓ ସେ ସଂସାରରେ ନ୍ୟାୟ ପ୍ରତିଷ୍ଠା କରନ୍ତି । ମାତାଙ୍କର ଶରୀର ସୁବର୍ଣ୍ଣବର୍ଣ୍ଣା ଓ ପଶୁରାଜ ସିଂହ ତାଙ୍କ ବାହନ । ମାତା ଚନ୍ଦ୍ରଘଣ୍ଟା ଦଶଭୂଜା ଓ ତ୍ରିନୟନା । ଦଶ ହାତ ମଧ୍ୟରୁ ଆଠଟିରେ ମାତା ବିଭିତ୍ତ ଅସ୍ତ୍ରଶସ୍ତ୍ର ଧରିଥାନ୍ତି ଓ ଗୋଟିଏ ହସ୍ତ ଅଭୟ ବରଦମୁଦ୍ରାରେ ଥିବାବେଳେ ଅନ୍ୟ ହସ୍ତଟିରେ କମଣ୍ଡଳୁ ଧରିଥାନ୍ତି । ମା ଚନ୍ଦ୍ରଘଣ୍ଟା ହେଉଛନ୍ତି ପରମାନ୍ଦମୟୀ ଓ ଜ୍ଞାନମୟୀ । ଚନ୍ଦ୍ରଘଣ୍ଟା ଦେବୀ ରୌଦ୍ରସ୍ୱରୂପା ଅଟନ୍ତି ଯାହାଙ୍କର ରଣହୁଙ୍କାରରେ ଦାନବଗଣଙ୍କ ମଧ୍ୟରେ ଭୟରେ କମ୍ପନ ଜାତ ହୁଏ । ଅନ୍ୟପକ୍ଷରେ ସାଧୁଜନଙ୍କ ପାଇଁ ସେ କରୁଣାମୟୀ । ତାଙ୍କ ସାଧନା ପ୍ରତ୍ୟକ୍ଷ ଫଳଦାୟୀ । ସେ ସାଧକକୁ ଦୋଷରୁ ରକ୍ଷାକରି ପାପକ୍ଷୟ କରାଇଥାନ୍ତି ଜୀବନର ସମସ୍ତ ବାଧାବିଘ୍ନରୁ ମୁକ୍ତ କରିଥାନ୍ତି । ମାତାଙ୍କର ସାଧନା ସଂପତ୍ତ କରି ତାଙ୍କ କୃପା ଲାଭ କଲେ ସାଧକ ଅତ୍ୟନ୍ତ ସମୃଦ୍ଧିଶାଳୀ ଓ ଐଶ୍ୱର୍ଯ୍ୟବାନ ହୋଇଥାଏ । ତାହାର ସମସ୍ତ ବିଘ୍ନ ଦୂରୀଭୂତ ହେବା ସହ ଶତ୍ରୁନାଶ ହୋଇଥାନ୍ତି ।
ଧ୍ୟାନ
ପିଣ୍ଡଜପ୍ରବରାରୂଢା ଚଣ୍ଡକୋପାସ୍ତ୍ରକୈର୍ଯୁତା ।
ପ୍ରସାଦମ ତନୁତେ ମହ୍ୟମ ଚନ୍ଦ୍ରଘଣ୍ଟେତି ବିଶ୍ରୁତା ।।