୨୦୨୨-୨୩ ଆର୍ôଥକ ବର୍ଷ ପାଇଁ କେନ୍ଦ୍ର ସରକାର ଆଗତ କରିଥିବା ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବଜେଟ୍ରେ ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି ସେ କହିଛନ୍ତି । ମୂଲ୍ୟବୃଦ୍ଧି ଓ ମୁଦ୍ରାସ୍ପିତି ଯୋଗୁଁ ମଧ୍ୟବିତ୍ତ ଓ ଗରିବ ଲୋକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । ଦରବୃଦ୍ଧି ସମସ୍ୟାର ସମାଧାନ ପାଇଁ ବଜେଟ୍ରେ କୌଣସି ବ୍ୟବସ୍ଥା କରାଯାଇନାହିଁ । ରନ୍ଧନ ଗ୍ୟାସରେ ଦିଆଯାଉଥିବା ରିହାତିକୁ ହ୍ରାସ କରାଯାଇଛି ବୋଲି ସେ
କହିଛନ୍ତି । ଏହା ସାଧାରଣଲୋକଙ୍କ ଆର୍ଥିକ ସ୍ଥିତିକୁ ଆହୁରି ପ୍ରଭାବିତ କରିବ । ବଜେଟ୍ରେ କୃଷି ଓ କୃଷିକଲ୍ୟାଣ,ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ବ୍ୟୟ ହ୍ରାସ କରାଯିବା ଫଳରେ ଏହାର ଅଭିବୃଦ୍ଧି ପ୍ରଭାବିତ କରିବ । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କ୍ଷେତ୍ରକୁ କୋଭିଡ ସମୟରେ ଅଣଦେଖା କରାଯାଇଥିବାରୁ ଗରିବ ଲୋକଙ୍କ ଉପରେ ଆହୁରି ସମସ୍ୟା ସୃଷ୍ଟି କରିବ ।
ଏହା ସହିତ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଖାଦ୍ୟ ରିହାତି ହ୍ରାସ ଯୋଗୁ ଚାଷୀମାନେ ଗଭୀର ସମସ୍ୟା ସମ୍ମୁଖୀନ ହେବେ । ଏହାର ପୁନଃବିଚାର କରାଯିବାର ଆବଶ୍ୟକ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜାତିସଂଘ ଦ୍ୱାରା ୨୦୨୩ କୁ ଆନ୍ତର୍ଜାତୀୟ ମିଲେଟ୍ ବର୍ଷଭାବେ ଘୋଷଣା ସହ ବଜେଟରେ କେନ୍ଦ୍ର ସରକାର ମିଲେଟ୍କୁ ଗୁରୁତ୍ୱ ଦେଇଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି । ବଜେଟ୍ରେ ଟେକ୍ନୋଲୋଜି ଓ ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଆଯାଇଥିବାରୁ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି ।