କେମିତି ନାରାୟଣ ପାଲଟିଲା ସାଇକୋ କିଲର !

0 9,881

କଟକ . – କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା କରାଯାଉଥିଲା । ମାତ୍ର ଫନିବେଳେ ସେ ଖସି ଯିବୁକୁ ସକ୍ଷମ ହୋଇଥିଲା ।

ପୂର୍ବରୁ ବେଶ୍ ଭଲ ମଣିଷ ଥିଲା ନାରାୟଣ , ପ୍ରାୟ ୨୫ ବର୍ଷ ଧରି ସେ ଚୁଡି ବେପାରୀ ଥିଲା । ଗାଁ ଗାଁ ବୁଲି ଚୁଡି ବିକୁଥିଲା । ପରେ ସେ ବିବାହ କରିଥିଲା । ଚୂଡି ସହ ଜୋତା ଚପଲ ବି ବିକିଲା । ବେଶ୍‌ ଭଲ ଲାଭ ହେଲା । ଭଡା ଘରୁ ସେ ନିଜର ଜିମି କିଣି ଲକ୍ଷ ଲକ୍ଷ ଟଙ୍କ ଖର୍ଚ୍ଚ କରି ଘରବି ତୋଳିଲା ।

ପରେ ତାହାର ଗୋଟିଏ ପୁଅ ଓ ଝିଅ ବି ହେଲେ । ବେଶ୍‌ ହସ ଖୁସୀରେ ସଂସାର ଚାଲିଥିଲା । ଅଧିକ ଲାଭ ଆଶରେ ନାରାୟଣ ରୂପା ବେପାର ଆରମ୍ଭ କରିଥିଲା । ଏଥିପାଇଁ ଧାର କରଜ କଲା । ଶେଷରେ ଘରକୁ ବିକ୍ରି କରିଥିଲା । ତାହାର ମାନସିକ ଭାରସାମ୍ୟ ହରାଇ ଅଧିକ ରାଗିଯାଉଥିଲା । ଅତ୍ୟଧିକ ରାଗିବାରୁ ତାହାର ସ୍ତ୍ରୀ ପିଲାଙ୍କୁ ଧରି ବାପ ଘରକୁ ଚାଲିଯାଇଥିଲେ ।

କିଛି ଦିନ ପରେ ନାରାୟଣ ଏଣେତେଣ ବୁଲୁଥିଲା । କେଉଁଠି ବାରଣ୍ଡାରେ ଶୋଉଥିଲା । ଯିଏ ଯାହା ଦେଲେ ଖାଇ ଦେଉଥିଲା ।

ବେଳେ ବେଳେ ସେ ଗାଁରୁ କେଉଁ ଆଡେ ଚାଲିଯାଉଥିଲା । ଏବେ ସିରିଏଲ୍‌ କିଲିଂ ପରେ ପୁଲିସ ତାହାର ଫଟୋ ଧରି ଗାଁରେ ପହଁଚିଥିଲା । ଆଉ ଲୋକ ତାକୁ ଚିହ୍ନି ପାରିଥିଲେ । ଏବେ ସେ ଜେରା ବେଳେ ହସୁଥିବା କାନ୍ଦୁଥିବା ରାଗିଯାଉଥିବା ସୂଚନା ମିଳିଛି । ତେବେ ଏ ବିଷୟରେ ମାନସିକ ବିଶେଷଜ୍ଞଙ୍କ ସହାୟତାରେ ଅଧିକ ତଦନ୍ତ ଚଳାଇଛି ପୁଲିସ ।

Leave A Reply