ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ

0 1,512

ପୁରୀ – ପୁରୀ ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ କିଛିଦିନର ବ୍ୟବଧାନ ପରେ ସହରର କେନ୍ଦ୍ରସ୍ଥଳରେ ଥିବା ଗ୍ରାଣ୍ଡ ରୋଡ଼ ନିକଟସ୍ଥ ମ୍ୟୁନିସିପାଲ ମାର୍କେଟର ୧୫୯ଟି ଦୋକାନଗୃହ ସମେତ  ଦଇତାପଡା ମାଛମାର୍କେଟରୁ ଜବରଦଖଲ ଉଚ୍ଛେଦ କରାଯାଉଛି ।

ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ୧୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୂର୍ବରୁ ଏହି ଦୋକନଗୃହଗୁଡ଼ିକୁ ବିପଦସଙ୍କୁଳ ଅବସ୍ଥାରେ ଥିବା ଘୋଷଣା କରାଯାଇଥିଲା । ଅନ୍ୟପକ୍ଷରେ ଏହି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାକୁ କ୍ଷତିଗ୍ରସ୍ତ ଦୋକାନୀମାନେ ବିରୋଧ କରିବା ସହ ତୁରନ୍ତ ଥଇଥାନ ପାଇଁ ଦାବି କରିଛନ୍ତି । ଇତିମଧ୍ୟରେ ଦୋକାନଗୃହ ଗୁଡ଼ିକର ନବୀକରଣ କାର୍ଯ୍ୟ ପାଇଁ ଅବଢ଼ା ଯୋଜନାରେ ରାଜ୍ୟ ସରକାର ୩୫କୋଟି ଟଙ୍କା ମଞ୍ଜୁର କରିଛନ୍ତି । ୧୮ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ଏହି ଯୋଜନା ଅଧୀନରେ ୪୫୦ଟି ଦୋକାନଗୃହ ନିର୍ମାଣ କରିବାର ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

Leave A Reply