ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗତକାଲି ୪୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସର୍ବାଧିକ ୩୬ଜଣ ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଥିବା ବେଳେ ମୟୂରଭଞ୍ଜରୁ ୩୩, ଅନୁଗୋଳରୁ ୩୨ ଏବଂ ସୁନ୍ଦରଗଡ଼ରୁ ୩୧ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟ ସଂଖ୍ୟା ୨ଲକ୍ଷ ୧୮ହଜାର ୧୭୮ରେ ପହଞ୍ଚିଛି ।
ଅନ୍ୟପକ୍ଷରେ ଗତକାଲି ୩୮୭ ଜଣ ନୂଆ କରୋନା ପଜିଟିଭ୍କୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୨୨ହଜାର ୨୯୯କୁ ବୃଦ୍ଧି ପାଇଛି ।
ଗତକାଲି ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟ ୧ହଜାର ୭୮୯ରେ ପହଞ୍ଚିଛି ।