ରାଜ୍ୟରେ ଦୁଇ ହଜାର ଡାକ୍ତର ଓ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ ରାଜ୍ୟରେ ଦୁଇ ହଜାର ଡାକ୍ତର ଓ ଦନ୍ତ ଚିକିତ୍ସିକ ପଦବୀ ପୂରଣ ହେବ । ଏଥିପାଇଁ ଖୁବ୍ ଶୀଘ୍ର ଓ.ପି.ଏସ୍.ସି. ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇବ ।
ନୂଆକରି ରାଜ୍ୟ ସରକାର ଗଢ଼ିଥିବା ୯ଗୋଟି ମେଡିକାଲ କଲେଜର ଭିତ୍ତିଭୂମିର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସମୀକ୍ଷା କରିବା ଅବସରରେ ଏହା କହିଛନ୍ତି । ବୈଠକରେ ୫ଟି ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ୬ଟି ମୁଖ୍ୟ ଚିକିତ୍ସାଳୟର ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା ।
ସ୍ୱାସ୍ଥ୍ୟ ସେବାକୁ ରାଜ୍ୟ ସରକାର ସର୍ବାଧିକ ପ୍ରାଥମିକତା ଦେଇଆସିଛନ୍ତି । ରାଜ୍ୟବାସୀଙ୍କୁ ଅତ୍ୟାଧୁନିକ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।