୮ ଦିନ ବିଳମ୍ବରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ -ଆସନ୍ତା ୪୮ ଘଣ୍ଟା ମଧ୍ୟରେ

221

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସାଧାରଣତଃ ଜୁନ୍‍ ପହିଲାବେଳକୁ ମୌସୁମୀ ବାୟୁ କେରଳ ଛୁଇଁଥାଏ । ତେବେ ଚଳିତଥର ଏହା ୮ ଦିନ ବିଳମ୍ବରେ ପହଞ୍ଚିଛି । ମୌସୁମୀ ବାୟୁ ପ୍ରଭାବରେ ଆଣ୍ଡାମାନ ଓ ନିକୋବରରେ ବର୍ଷା ଜାରି ରହିଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମଧ୍ୟ ଆରବ ସାଗର, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଦକ୍ଷିଣ-ପଶ୍ଚିମ ତଥା ଉତ୍ତର-ପୂର୍ବ
ବଙ୍ଗୋପସାଗରର କେତେକ ସ୍ଥାନରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବାପାଇଁ ପାଗ ଅନୁକୂଳ ରହିଛି

Comments are closed, but trackbacks and pingbacks are open.