ପ୍ରଧାନମନ୍ତ୍ରୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ କୋଭିଡ୍‍ ସଂକ୍ରମଣ ବିଷୟରେ କରିବେ ଆଲୋଚନା

0 2,737

ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମଙ୍ଗଳବାର ଏବଂ ବୁଧବାର ଦୁଇ ଦିନ ଧରି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟଙ୍କ ସହ କୋଭିଡ୍‍ ସଂକ୍ରମଣ ପରିସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ।

ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାରେ ଗତ ୧ ତାରିଖରୁ ଲାଗୁ ହୋଇଥିବା ପ୍ରଥମ ଅନ୍‍ଲକ୍‍ର ସ୍ଥିତି ଏବଂ ପରବର୍ତ୍ତୀ ପଦକ୍ଷେପ ନେଇ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି

। ମଙ୍ଗଳବାର ଦିନ ୨୧ଟି ଏବଂ ବୁଧବାର ଦିନ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏହି କ୍ରମରେ ଆସନ୍ତା ବୁଧବାର ଅପରାହ୍ଣ ୩ଟାରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି ।

Leave A Reply