ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରିବା ମେମୁ ଟ୍ରେନ
ଭୁବନେଶ୍ୱର – ବୁଧବାରରୁ ଖଡଗପୁର ଓ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍ ୫୮୦୦୯/୫୮୦୧୦ ପରିବର୍ତ୍ତେ ମେମୁ ଟ୍ରେନ୍ ଚଳାଚଳ କରିବ । ଖଡଗପୁର-ଯାଜପୁର କେନ୍ଦୁଝର ରୋଡ଼-ଖଡଗପୁର ମେମୁ ଟ୍ରେନ୍ ୬୮୧୦୯/୬୮୧୧୦ ଚଳାଚଳ କରିବା ଦ୍ୱାରା ପୂର୍ବ ପ୍ରଚଳିତ ପାସେଞ୍ଜର ଟ୍ରେନ୍କୁ ଅପସାରଣ କରାଯିବ । ଏହି ଟ୍ରେନ୍ ଯାଜପୁର-କେନ୍ଦୁଝର ରୋଡ଼ଠାରୁ ସକାଳ ୫ଟା ୪୦ରେ ବାହାରି ପୂର୍ବାହ୍ନ ୧୦ଟା ୫୫ରେ ଖଡଗପୁରଠାରେ ପହଞ୍ଚିବ । ସେହିପରି ଖଡଗପୁରଠାରୁ ଅପରାହ୍ଣ ୪ଟା ୫୦ରେ ବାହାରି ରାତି ୧୦ଟା ୧୫ରେ ଯାଜପୁର-କେନ୍ଦୁଝର ରୋଡ଼ରେ ପହଞ୍ଚିବ ।