ଏହି ମେଡିକାଲ୍ ଏଟିଏମ୍ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)
ନୂଆଦିଲ୍ଲୀ – ଦେଶରେ ଖୁବ ଶୀଘ୍ର ମେଡିକାଲ୍ ଏଟିଏମ୍ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍ଏମ୍ କିୟୋସ୍କୋ କୁହାଯାଉଛି ।
ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍ ଭାବାରେ ଯାଞ୍ଚ କରାଯାଇ ପାରିବେ । ଏଥିରେ ଲୋକମାନେ ୫୮ ପ୍ରକାରର ପାଥୋଲୋଜି ଓ ଅନ୍ୟ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ଏହା ରିପୋର୍ଟ ବି ତତ୍କାଳ ବି ଦେଇ ପାରିବ ।
ଏହାକୁ ଷ୍ଟାର୍ଟ ଅପ୍ କମ୍ପାନୀ ସଂସ୍କାରୀ ଟେକ୍ ସ୍ମାର୍ଟ ସଲ୍ୟୁସନ୍ ପ୍ରାଇଭେଟ୍ ବିକଶିତ କରିଛି । ଏହା ଏକ ସ୍ୱାସ୍ଥ୍ୟ ଯାଞ୍ଚ ବା ହେଲଥ୍ କେୟାର ସୁବିଧା । ଏହାକୁ ଏବେ ଆରମ୍ଭ କରାଯାଇଛି । ସ୍ୱୟଂ ଏଟିଏମ୍ ହେଲ୍ଥ ମନିଟରିଂ ଉପକରଣ ଭାରତରେ ସବୁଠାରୁ ଉନ୍ନତ ଓ ସ୍ୱୟଂ ପରୀକ୍ଷା କରିବା ପାଇଁ POCT ସିଷ୍ଟମ ।
ଷ୍ଟାର୍ଟଅପ୍ର ଜଣେ ସହସ୍ୟ ଏହି ସ୍ୱୟଂ ଏଏଚ୍ଏମ୍ ଉପଯୋଗ କରିବା ବହୁତ ସହଜ ବୋଲି କହିଛନ୍ତି । । ଏହାକୁ ବ୍ୟବହାର କରୁଥିବା ବ୍ୟକ୍ତି ଆରାମରେ ଏହାକୁ ବ୍ୟବହାର କରିପାରିବେ । ଏହାକୁ ବ୍ୟବହାର କରୁଥିବା ଲୋକଙ୍କର କମ୍ପ୍ୟୁଟରର ସାଧାରଣ ଜ୍ଞାନ ଥିଲେ ଏହାକୁ ବ୍ୟବହାର କରିପାରିବେ ।
![MEDICAL CHEACK UP SWAYAM AHM ATM](http://www.odishanxt.com/wp-content/uploads/2019/10/swayam.png)
ଏବେ ଏହି ମେସିନ୍ରେ ୫୮ ପ୍ରକାରର ଯାଞ୍ଚ କରାଯାଇ ପାରିବ । ଏଥିରେ ବ୍ଲଡ ସୁଗାର ବା ଗ୍ଲୁକୋଜ , ଡେଙ୍ଗୁ, ହିମୋଗ୍ଲୋବିନ୍, ଟାଇଫଏଡ୍, ଏଚ୍ଆଇଭି, ମେଲେରିଆ, ଚିକେନଗୁନିଆ, ଏଲିଫେଣ୍ଟାସିସ୍, ମୁତ୍ର ବା ପରିଶ୍ରା ପରୀକ୍ଷା , ଇସିଜି , କାନର ପରୀକ୍ଷା, ଇଏନ୍ଟି , ଚର୍ମର ପରୀକ୍ଷା କରାଯାଇ ପାରିବେ ଷ
ଏହି ହାଇଟେକ୍ ଯାଞ୍ଚ ପ୍ରଣାଳୀ କିଛି ମିନିଟରେ ଯାଞ୍ଚ କରି ଯାଞ୍ଚ ରିପୋର୍ଟରୁ ପ୍ରିଣ୍ଟ କରି ଦେବ । ଏହା ଦେଶରେ ମେଡିକାଲ୍ ବା ସ୍ୱାସ୍ଥ୍ୟ ଯାଞ୍ଚ ପ୍ରକ୍ରିୟାରେ ଏକ ବିପ୍ଲବ ଆଣିବ ବୋଲି ଆଶା କରାଯାଉଛି ।
ଏହାକୁ ନିର୍ମାଣ କରିବାରେ ଅନେକ ସକରାତ୍ମକ ପ୍ରତିକ୍ରିୟା ଆସିଛି। ଯେଉଁ ରିପୋର୍ଟ ପାଇଁ କିଛି ଘଣ୍ଟା ବା ଦିନ ଅପେକ୍ଷା କରିବାକୁ ପଡୁଥିଲା । ସେହି ପରୀକ୍ଷା ଅଳ୍ପ ମିନିଟ୍ ମଧ୍ୟରେ ଏଥିରେ କରାଯାଇ ପାରୁଛି । ଏହାକୁ ଭୁବନେଶ୍ୱର , ଗୁରୁଗ୍ରାମ ଓ ଇନ୍ଦୋରର ଖୁବ ଶୀଘ୍ର ସ୍ଥାପନ କରାଯିବ । ଏହି ସବୁ ସ୍ଥାନରୁ କମ୍ପାନୀକୁ ଅର୍ଡର ମିଳିଛି ।
ଏହି ଷ୍ଟାର୍ଟ ଅପ୍ କମ୍ପାନୀର ପ୍ରିତମ କୁମାବତଙ୍କ ଅନୁସାରେ ସ୍ୱୟଂ କିଓସ୍କ ସ୍ୱାସ୍ଥ୍ୟ ଯାଞ୍ଚ ମେସିନ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର , କ୍ଲିନିକ, ସପିଂ ମଲ୍, ଏୟାରପୋର୍ଟ ଓ ଉଦ୍ୟୋଗ ସ୍ଥାନରେ ସ୍ଥାପନ କଲେ ଲୋକ ଆରମରେ ନିଜ ସ୍ୱାସ୍ଥ୍ୟ ଯାଞ୍ଚ କରି ପାରିବେ ।