ଓଡ଼ିଶାର ସୁନାମଧନ୍ୟା ସାହିତ୍ୟିକା, ବିଶିଷ୍ଟ ବକ୍ତା, ସମାଜସେବୀ ତଥା ଦୈନିକ ସମ୍ବାଦପତ୍ର ସମାଜର ପୂର୍ବତନ ସମ୍ପାଦିକା ଡକ୍ଟର ମନୋରମା ମହାପାତ୍ରଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସେ କଟକ ବଡ଼ମେଡିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଶୋକ ପ୍ରକାଶ କରିଛନ୍ତି ।
Anguished by the passing away of noted litterateur Manorama Mohapatra Ji. She will be remembered for her writings on a wide range of issues. She also made rich contributions to the media and did extensive community service. Condolences to her family and admirers. Om Shanti.
— Narendra Modi (@narendramodi) September 18, 2021
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
ବିଶିଷ୍ଟ ସାହିତ୍ୟିକା ତଥା ଦୈନିକ ସମ୍ବାଦପତ୍ର ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାମ୍ବାଦିକତା ସହ ସମାଜସେବା, ଶିକ୍ଷା ଓ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) September 18, 2021