୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ମିଳିବ ଏଲ୍‌ପିଜି

0 1,206

ନୂଆଦିଲ୍ଲୀ .- ୨୦୨୨ ସୁଦ୍ଧା ଭାରତର ସମସ୍ତ ପରିବାରର ଲୋକଙ୍କୁ ଏଲ୍‌ପିଜି ସିଲିଣ୍ଡର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସାଧାରଣ ବଜେଟର ୨୦୧୯ (ପୂର୍ଣ୍ଣାଙ୍ଗ)ଉପସ୍ଥାପନ ସମୟରେ ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହି ସୂଚା ଦେଇଛନ୍ତି ।
ଏହା ସହ ୨୦୨୪ ସୁଦ୍ଧା ସମସ୍ତ ଘରେ ଜଳ ଜୀବନ ମିଶନର ଯୋଜନାରେ ପାନୀୟ ଜଳ ଯୋଗାଇ ଦିଆଯିବ ।ଗାମୀ ୩ ବର୍ଷ ମଧ୍ୟରେ ଦେଶର ସବୁ ଘରକୁ ବିଦ୍ୟୁତ ଯୋଗାଇ ଦିଆଯିବ । ମୋଦୀ ସରକାର ୨୦୨୨ ସୁଦ୍ଧା ଏହି କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ବିଜେପି ନେତୃତ୍ୱରେ ପରିଚାଳିତ ଏନଡିଏ ସରକାରର ୨ୟ କାର୍ଯ୍ୟକାଳରେ ପ୍ରଥମ ବଜେଟ ଉପସ୍ଥାପନ କରିବା ଅବସରରେ ସୀତାରମଣ ଶୁକ୍ରବାର ଏହା କହିଛନ୍ତି । ସେ କହିଛନ୍ତି, ୨୦୨୪ ପୂର୍ବରୁ ପ୍ରତି ଘରକୁ ପାଣି ଯୋଗାଇ ଦିଆଯିବ । ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବା ସମୟରେ ସୀତାରମଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଆରମ ଅର୍ଥ ବ୍ୟବସ୍ଥା ୫ ଟ୍ରିଲିୟନ ଡଲାରରେ ପହଂଚିବ । ଭାରତର ଅର୍ଥବ୍ୟବସ୍ଥା ବିଶ୍ୱର ୬ଷ୍ଠ ବଡ଼ ଅର୍ଥ ବ୍ୟବସ୍ଥା । ନିଜର ଭାଷଣରେ ସେ ଅନେକ ଯୋଜନା, ଯେପରିକି ମୁଦ୍ରା ଯୋଜନା, ମେକ ଇନ ଇଣ୍ଡିଆ, ସାଗରମାଳା ଆଦି ବିଷୟରେ କହିଛନ୍ତି ।

Leave A Reply