ନୂଆଦିଲ୍ଲୀ : ୨୦୧୯ କେନ୍ଦ୍ର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେତେକ ସାମଗ୍ରୀ ଉପରେ କର କମାଇଥିବାବେଳେ କେତେକ ସାମଗ୍ରୀ ଉପରେ କର ବଢାଇଛନ୍ତି ।
ଦେଶର ଉତ୍ପାଦନ ଶିଳ୍ପକୁ ବଢାଇବାକୁ ସରକାର ଅନେକ ଆମଦାନୀ ସାମଗ୍ରୀ ଉପରେ ସୀମା ଶୁଳ୍କ ବଢାଇଛନ୍ତି । ଫଳରେ ସେ ସବୁ ସାମଗ୍ରୀ ମହଙ୍ଗା ହେବ ।
ପେଟ୍ରୋଲ ଓ ଡିଜେଲ ଉପରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ୧ ଟଙ୍କା ବୃଦ୍ଧି
ସଡ଼କ ଓ ଭିତ୍ତିଭୂମି ସେସ ୧ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ଫଳରେ ଦେଶରେ ତେଲ ଦର ବଢିବ ।
ସୁନା ସହ ଅନ୍ୟ ବହୁମୂଲ୍ୟ ଧାତୁ ଉପରେ ସୀମା ଶୁଳ୍କ ୧୦ ପ୍ରତିଶତରୁ ବୃଦ୍ଧି ପାଇ ୧୨.୫୦ ପ୍ରତିଶତ
ବଜେଟରେ କ’ଣ ହେଲା ମହଙ୍ଗା
ପେଟ୍ରୋଲ
ଡିଜେଲ୍
ସୁନା
ରୂପା
ସିଗାରେଟ୍
ହୁକ୍କା
ବିଦେଶରୁ ଆମଦାନୀ ହୋଇଥିବା କାର୍
କାର୍ର ଯନ୍ତ୍ରାଶଂ
ଅପଟିକାଲ ଫାଇବର କେବଲ
ଡିଜିଟାଲ କ୍ୟାମେରା
ସିନ୍ଥେଟିକ୍ ରବର
କାଜୁ
ଭିନାଇଲ୍ ଫ୍ଲୋର
ଆମଦାନୀ ହୋଇଥିବା ବହି
ସ୍ପିଲ୍ଟ୍ ଏୟାର କଣ୍ଡିସନର
ଲାଉଡ୍ ସ୍ପିକର
ସିସିଟିଭି କ୍ୟାମେରା
ସାବୁନ୍
ଟାଇଲସ୍
ନ୍ୟୁଜ୍ ପ୍ରିଣ୍ଟ
ମୋବାଇଲ୍ ଚାର୍ଜର