ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି

0 560

ରାଜ୍ୟସରକାର ଲର୍ଣ୍ଣର ଲାଇସେନ୍ସ ଅବଧିକୁ ୩ ମାସ ବୃଦ୍ଧି କରିଛନ୍ତି । ଯେଉଁ ଲର୍ଣ୍ଣର ଲାଇସେନ୍ସଧାରୀଙ୍କର ଡ୍ରାଇଭିଂ ଲାଇସେନ୍ସ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହେବ ସେମାନଙ୍କ ଲାଗି ୨୦୨୧ ମାର୍ଚ୍ଚ ୩୧ ଯାଏଁ ଏହାର ବୈଧତାକୁ ବଢ଼ାଯାଇଛି । ଏହି ସମୟ ଭିତରେ ସେମାନେ ଡି ଏଲ୍‍ ପାଇଁ ଆବେଦନ କରିପାରିବେ । ଏ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୂଚନାଯୋଗ୍ୟ ଦେଶରେ ନୂଆ ମୋଟର ଯାନ ଆଇନ୍‍ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ କଡାକଡି କରାଯାଇଛି ।

STA extends the validity of RC, Fitness, Permits, DL, Fancy number booking, application for Solatium Fund till 31.3.2021. There is no extension for PUCC, insurance, Temporary Permits.

Posted by State Transport Authority Odisha on Monday, 28 December 2020

ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଲଣ୍ଣିଂ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ତେବେ ଚଳିତବର୍ଷ କରୋନା କଟକଣା ମଧ୍ୟରେ ପୂର୍ବରୁ ଏହି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ରଖାଯାଇଥିବାବେଳେ ଏବେ ଏହାକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି । ସେହିଭଳି ଗାଡ଼ି କାଗଜପତ୍ର ଅବଧିକୁ ମଧ୍ୟ ସରକାର ଆହୁରି ତିନିମାସ ପର୍ଯ୍ରନ୍ତ ବୃଦ୍ଧି କରିଛନ୍ତି । ୨୦୨୧ ଫେବୃଆରି ସୁଦ୍ଧା ଯେଉଁମାନଙ୍କ ଅବଧି ସରିବ ସେମାନଙ୍କର ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଅବଧି କାଏମ୍‍ ରହିବ ବୋଲି ପରିବହନ ବିଭାଗ ପକ୍ଷରୁ ସୂଚନା ଜାରି ରଖାଯାଇଛି ।

Leave A Reply