ଜଗ୍ଗଜନନୀ ମା’ ମହାଲକ୍ଷ୍ମୀ । ପରମ୍ପରା ମୁତାବକ ଶ୍ରୀମନ୍ଦିରରେ ରୁକ୍କୁଣୀ ବିବାହ ସମ୍ପନ୍ନ ହେବାର କିଛି ଦିନ ପରେ ମହାପ୍ରଭୁ ଜଗନ୍ନାଥ ଭାଇ ଓ ଭଉଣୀଙ୍କ ସହ ରଥଯାତ୍ରାରେ ଜନ୍ମ ଭୂମିରେ ବିରାଜ ମାନ କରିଛନ୍ତି ।
ବିବାହ ସରିଛି, ହେଲେ ବୈବାହିକ ଜୀବନ ଆରମ୍ଭ ହୋଇନାହିଁ . ସମସ୍ତ ବିଧି ମଧ୍ୟ ଶେଷ ହୋଇନି . ନବବିବାହିତା ପତ୍ନୀଙ୍କୁ ଛାଡି ମହାପ୍ରଭୂ ସ୍ନାନ ମଣ୍ଡପକୁ ଆସିଲେ . ସେଠାରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ . ଅଣସରରୁ ବାହାରି ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହ ବିଶ୍ବ ଭ୍ରମଣରେ ବାହାରି ପଡିଲେ . ହେଲେ ଶ୍ରୀମନ୍ଦିରରେ ନବ ବିବାହିତା ପତ୍ନୀ ମହାଲକ୍ଷ୍ମୀ ଏକାକୀ ରହିଥିଲେ . ପ୍ରଭୂଙ୍କର ଏହି ଅବିଚାର ସତ୍ତ୍ବେ ମହାଲକ୍ଷ୍ମୀ ହେରାପଂଚମୀରେ ମହାପ୍ରଭୂଙ୍କୁ ନେବାକୁ ଆସିଲେ . ମାତ୍ର ମହାପ୍ରଭୂ ଲକ୍ଷ୍ମୀଙ୍କ ଡାକରା ଶୁଣିଲେ ନାହିଁ . ଅଭିମାନିନୀ ମହାଲକ୍ଷ୍ମୀ ଉତକ୍ଷିପ୍ତ ହୋଇ ଶ୍ରୀମନ୍ଦିରକୁ ଫେରିଯାଇଥିଲେ . ବାହୁଡିବା ରାସ୍ତାରେ ନନ୍ଦିଘୋଷ ଭାଙ୍ଗି ଦେଇଗଲେ . ମହାଲକ୍ଷ୍ମୀ ଆସିଥିଲେ ଓ ମହାପ୍ରଭୂ ତାଙ୍କ ଅନୁରୋଧ ରକ୍ଷା କରିନଥିବା ଜାଣି ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ଫେିରବା ପାଇଁ ମନସ୍ଥ କଲେ . ଏନେଇ ଦୁଇ ଭାଇଙ୍କୁ କହିବା ପରେ ପ୍ରଥମେ ନିଜ ରଥ ଶ୍ରୀମନ୍ଦିର ମୁହାଁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହା ହେଉଛି ଆମ ପରମ୍ପରାର ନିଦର୍ଶନ । ପ୍ରେମ ଓ ଅଭିମାନର ପ୍ରତୀକ । ପରସ୍ପର ମଧ୍ୟରେ ଥିବା ନିବିଡତାର ପର୍ବ ।
Sign in
Sign in
Recover your password.
A password will be e-mailed to you.