ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ

0 797

ଭୁବନେଶ୍ୱର – ପୁଣି ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି । ଏ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ସିନ୍‍ ବଙ୍ଗ୍‍ କିଲ୍‍ ଏକ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।
ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହିତ ଏକ ୪୬ ଜଣିଆ ବ୍ୟବସାୟିକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଓଡ଼ିଶାରୁ ପୂର୍ବରୁ ପୋସ୍କୋ ମୁହଁ ଫେରାଇବା ପରେ ପୁଣି ଏଠାରେ ନିବେଶ ଆଶା ରହିଛି ବୋଲି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତ ଗଣମାଧ୍ୟମକୁ କହିଛନ୍ତି

ଅପରପକ୍ଷରେ ଦକ୍ଷିଣ କୋରିଆ ପ୍ରତିନିଧିଙ୍କ ସହ ଆଲୋଚନା ପରେ ସେମାନଙ୍କୁ ସବୁ ସହଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି । ସେ କହିଛନ୍ତି ୬ଟି କ୍ଷେତ୍ର ଉପରେ ଆଲୋଚନା ହୋଇଛି । ସେଗୁଡ଼ିକ ହେଲା ଇଲେକ୍‍ଟ୍ରୋନିକ୍ସ, ପେଟ୍ରୋଲିୟମ୍‍, ପେଟ୍ରୋ କେମିକାଲ୍‍ସ, ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ ପର୍ଯ୍ୟଟନ ଶିଳ୍ପ । ଆଗ୍ରହୀ ପୁଞ୍ଜି ନିବେଶକାରୀଙ୍କୁ ଶିଳ୍ପ ଅନୁକୂଳ ପରିବେଶ, ଭିତ୍ତିଭୂମି ଓ ମାନବ ସମ୍ବଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ ଏହି ଆଲୋଚନାବେଳେ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀ ଓ ଶିଳ୍ପସଚିବ ଉପସ୍ଥିତ ଥିଲେ ।

Leave A Reply