ଭୁବନେଶ୍ୱର ..- ଓଡ଼ିଶାର ପୂର୍ବତନ ପୁଲୁସ ଡିଜି ବିଜେପିରେ ଯୋଗ ଦେଇଛନ୍ତି । ପଦ୍ମ ଧରିଛନ୍ତି ଉତ୍କଳ ଭାରତର ପ୍ରତିଷ୍ଠାତା ତଥା ସଭାପତି ଐର ଖାରବେଳ ସ୍ୱାଇଁ । ସେ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିକୁ ରାଜ୍ୟରୁ ହଟାଇବା ପାଇଁ ସେ ଦଳରେ ଯୋଗ ଦେଇଥିବା କହିଛନ୍ତି । କନ୍ଧମାଳରୁ ସେ ଲୋକସଭା ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି ।
ଖାରବେଳ ସ୍ୱାଇଁ ପୂର୍ବରୁ ଦୁଇଥର ସାଂସଦ ଥିଲେ । ବିଜେପି ଟିକେଟରେ ସେ ଦୁଇଥର ଜିତିଥିଲେ ।
ପ୍ରକାଶ ମିଶ୍ର ନରେନ୍ଦ୍ର ମୋଦୀଙ୍କର କାର୍ଯ୍ୟରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଥିବା କଥା ପ୍ରକାଶ କରିଛନ୍ତି । ସେ କଟକରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।