କଲ୍ୟାଣ ଜୁଏଲର୍ସର ୨୦୨୩ରେ ୫୨ ସପ୍ତାହରେ ୫୨ ନୂଆ ଷ୍ଟୋର ଖୋଲିବା ଲକ୍ଷ୍ୟ

103

ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ ୨୦୨୩ରେ ୫୨ ସପ୍ତାହରେ ୫୨ଟି ନୂଆ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଜରିଆରେ କଂପାନି ଏହାର ଉପସ୍ଥିତିରେ ୩୦% ବୃଦ୍ଧି ଆଣିବ ।
୨୦୨୩ରେ କଂପାନି ମୁଖ୍ୟତଃ ଅଣ ଦକ୍ଷିଣ ଭାରତୀୟ ଅଂଚଳରେ ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିବ । କଂପାନିର ମୋଟ କାରବାର ପ୍ରତି ଏହି ଅଂଚଳଗୁଡ଼ିକର ଅବଦାନ ୩୫% ରହିଛି । ଅଣ ଦକ୍ଷିଣ ଭାରତୀୟ ବଜାରରୁ ୫୦% ରାଜସ୍ୱ ସଂଗ୍ରହ କରିବା ଲାଗି ଯେଉଁ ଭିଜନ ୨୦୨୫ ରହିଛି ସେହି ଆଧାରରେ କଲ୍ୟାଣ ଜୁଏଲର୍ସ ଏହାର ଷ୍ଟୋର ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି ।
୨୦୨୨ରେ ପାଇଲଟ୍ ଫ୍ରାଂଚାଇଜ୍ ପର୍ଯ୍ୟାୟ ସଫଳତାର ସହ ଶେଷ ହେବା ପରେ କଂପାନିର ସମ୍ପ୍ରସାରଣ ଯୋଜନା ମୁଖ୍ୟତଃ ଫ୍ରାଂଚାଇଜି ଉପରେ ପର୍ଯ୍ୟବେସିତ ରହିବ । ଫ୍ରାଚାଂଇଜି ମାଲିକାନା କଂପାନି ପରିଚାଳନା (ଫୋକୋ) ମଡେଲ୍‌ରେ କଲ୍ୟାଣ ଜୁଏଲର୍ସର ଫ୍ରାଚାଂଇଜି ମଡେଲ୍ ପର୍ଯ୍ୟବେସିତ ଯାହା ପୁଞ୍ଜି ପ୍ରଭାବୀ ଏବଂ ପୁଂଜି ଉପରେ ଭଲ ରିଟର୍ଣ୍ଣ ପ୍ରଦାନ କରିବ ।
ମେଟ୍ରୋ ବଜାରରେ ଭଲ କାରବାର ହେବା ସହ ନୂଆ ଫିଢ଼ିର ଗ୍ରାହକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାରୁ କଂପାନି ସମସ୍ତ ପ୍ରମୁଖ ମେଟ୍ରୋ ସହରରେ ମଧ୍ୟ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛି । ଉତର, ପୂର୍ବ ଏବଂ ପଶ୍ଚିମ ଭାରତର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ଭୌଗୋଳିକ ଅଂଚଳରେ ମଧ୍ୟ କଂପାନି ଏହାର ଉପସ୍ଥିତି ବଢ଼ାଇବାକୁ ଚାହୁଛି ।
ମଧ୍ୟ ପ୍ରାଚ୍ୟ ଅଂଚଳରୁ କଲ୍ୟାଣ ଜୁଏଲର୍ସର ୧୭ ପ୍ରତିଶତ ରାଜସ୍ୱ ଆସୁଥିବାରୁ କଂପାନି ସେହି ଅଂଚଳରେ ମଧ୍ୟ ସମ୍ପ୍ରସାରଣ କରି ନିଜର ଆନ୍ତର୍ଜାତିକ ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା ରଖିଛି । କଂପାନିର ଇ-କମର୍ସ ଶାଖା କାଣ୍ଡେରେ ଡଟ୍ କମ୍‌ର ଖୁଚୁରା ଉପସ୍ଥିତିକୁ ବଢ଼ାଇବାକୁ କଂପାନି ଯୋଜନା ରଖିଛି । କଂପାନି ମୁମ୍ବାଇର ମଲାଡ୍‌ରେ ସଫଳତାର ସହ ଏକ ପ୍ରତ୍ୟକ୍ଷ ଏକ୍ସପେରିଏନ୍ସ ସେଂଟରର ପରିଚାଳନା କରୁଛି ।
କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ ନିର୍ଦେଶକ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “୨୦୨୨ ସେପ୍ଟେମ୍ବର ୩୦ ସୁଦ୍ଧା କଂପାନି ପ୍ରାୟ ୧୩୦୦୦ କୋଟି ଟଙ୍କାର ରାଜସ୍ୱ ଏବଂ ପ୍ରାୟ ୪୨୫ କୋଟି ଟଙ୍କାର ପିଏଟି ହାସଲ କରି ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଗହଣା କ୍ଷେତ୍ର ଏବେ ଅଧିକ ସଂଗଠିତ ଏବଂ ଅନୁଭୂତିପୂର୍ଣ୍ଣ ରିଟେଲ ବଜାର ଆଡ଼କୁ ଅଗ୍ରସର ହେଉଥିବା ବେଳେ ସେହି ଧାରାର ଲାଭ ହାସଲ କରିବା ଲାଗି ଆମେ ବେଶ ସୁଦୃଢ଼ ସ୍ଥିତିରେ ରହିଛୁ । କଂପାନିର ପରବର୍ତୀ ପିଢ଼ିର ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ହେଉଛି ଏହି ସାମଗ୍ରିକ ରଣନୀତିର ପ୍ରମୁଖ ଲକ୍ଷ୍ୟ ଏବଂ ଏହା ଆମ ବଜାର ଅଂଶରେ ଉଲ୍ଲେଖନୀୟ ଉନ୍ନତି ଆଣିବ ଏବଂ ଆମ ପୁଂଜି ଉପରେ ଉତମ ରିଟର୍ଣ୍ଣ ପ୍ରଦାନ କରିବ ।’’

Comments are closed, but trackbacks and pingbacks are open.