ବଢ଼ିଲା ନବୀନଙ୍କ ଚିନ୍ତା: ଚାଷୀ ଫିଙ୍ଗିଲେ କାଳିଆ ଗଞ୍ଜି, ପିନ୍ଧିଲେ ବିଜେପି ପଗଡି
ଭୁବନେଶ୍ୱର: ଚାଷୀଙ୍କ ପାଇଁ ‘କାଳିଆ ଯୋଜନା’ ଆରମ୍ଭ କରି ରାଜ୍ୟ ସରକାର ବଡ଼ ବାହାସ୍ପୋଟ ମାରୁଥିବା ବେଳେ ରାଜ୍ୟର ଲକ୍ଷାଧିକ ଚାଷୀ ଏହି ଯୋଜନା ନେଇ ଅସନ୍ତୁଷ୍ଟ ଦେଖାଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀବନ ପଟ୍ଟନାୟକଙ୍କ ବିଧାନସଭା ଆସନ ହିଞ୍ଜିଳି ମଧ୍ୟ ଏଥିରୁ ବାଦ ପଡ଼ି ନାହିଁ । ଗଂଜାମ ଜିଲ୍ଲାର ହିଂଜିଳି ଅଚଂଳରେ ଚାଷୀମାନେ କାଳିଆ ଯୋଜନାକୁ ନେଇ ତୀବ୍ର ସମାଲୋଚନା କରିଥିବା ଜଣାପଡ଼ିଛି । ସେମାନଙ୍କ ଅଭିଯୋଗ ଅନୁସାରେ ନବୀନ ୧୦୦ ଟଙ୍କିଆ ଗଞ୍ଜି ଦେଇ ଲୋକଙ୍କୁ ଠିକିଛନ୍ତି । ଏହି ଅଂଚଳର ଚାଷୀମାନେ କାଳିଆ ଗଂଜି ଫିଙ୍ଗିଦେଇଛନ୍ତି ।
ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରି ହିଂଜିଳି ଅଂଚଳର ଶତାଧିକ ଚାଷୀ ବିଜେପି ଟୋପି ପିନ୍ଧିଛନ୍ତି । ସେମାନଙ୍କ ଭାଷାରେ ତାଙ୍କୁ ମୋଦୀ ସରକାର ଦରକାର ଅଛି । ଏସବୁ ଘଟଣା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ଶୁକ୍ରବାର ହିଞ୍ଜିଳି ଓ ଶେରଗଡ଼ ଗସ୍ତ କରି ମାରାଥନ ପ୍ରଚାର କରିଛନ୍ତି । ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ସରକାର ପୂର୍ବରୁ ଘୋଷଣା କରିଥିଲା ଯେ, ଚାଷୀମାନଙ୍କୁ କାଳିଆ ଯୋଜନାରେ ଏପ୍ରିଲ ୧ରେ ଟଙ୍କା ମିଳିବ, ମାତ୍ର ଏହା ଏଯାଏଁ ନ ମିଳିବାରୁ ଚାଷୀମାନେ ସରକାରଙ୍କ ଉପରେ ରାଗ ରଖିଛନ୍ତି, ଯାହାର ଫଳ ଚଳିତ ନିର୍ବାଚନରେ ମିଳିବ ବୋଲି ଅନୁମାନ କରାଯାଉଛି ।