ନୂଆଦିଲ୍ଲୀ – ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ କଂଗ୍ରେସରେ ମତ ବିଭେଦ ଦେଖା ଦେଇଛି । ବରିଷ୍ଠ କଂଗ୍ରେସ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି । କେବଳ ସେ ନୁହନ୍ତି ରାହୁଲ ଗାନ୍ଧୀ ନିର୍ବଚନ ମଣ୍ଡଳୀ ଅମେଥିର ବିଧାୟିକା ଅଦିତି ସିଂ ଦଳ ନିଷ୍ପତି ବିରୋଧରେ ବି ଧାରା ୩୭୦ ଉଚ୍ଛେଦକୁ ସମର୍ଥନ କରିଛନ୍ତି ।
ଜ୍ୟୋତିରଦିତ୍ୟ ସିଂନ୍ଧିଆ ଟ୍ୱିଟ ମାଧ୍ୟମରେ ଏହାକୁ ସମର୍ଥନ କରିବା ସହ ଏହା ଦେଶ ହିତରେ , ଭାରତକୁ ଏକ କରିବା ପାଇଁ ସାହାଯ୍ୟ କରିବ, ସାମ୍ବିଧାନିକ ପ୍ରକ୍ରିୟାକୁ ପାଳନ କରାଯାଇଥିଲେ ଭଲ ହୋଇଥାଆନ୍ତା ବୋଲି ଟ୍ୱିଟ କରିଛନ୍ତି ।
#जम्मूकश्मीर और #लद्दाख को लेकर उठाए गए कदम और भारत देश मे उनके पूर्ण रूप से एकीकरण का मैं समर्थन करता हूँ। संवैधानिक प्रक्रिया का पूर्ण रूप से पालन किया जाता तो बेहतर होता, साथ ही कोई प्रश्न भी खड़े नही होते। लेकिन ये फैसला राष्ट्र हित मे लिया गया है और मैं इसका समर्थन करता हूँ।
— Jyotiraditya M. Scindia (@JM_Scindia) August 6, 2019