ପାକିସ୍ତାନରେ ଥିବା ସନ୍ତ୍ରାସବାଦୀମାନଙ୍କୁ ଗୁପ୍ତ ସୂଚନା ଯୋଗାଉଥିଲେ ମୌଲବୀ – ଗିରଫ୍‍ କରିଛି ପୁଲିସ୍‍

104


ଜାମ୍ମୁ କାଶ୍ମୀର ପୁଲିସ୍‍ କିସ୍ତୱାଡା ଜିଲ୍ଲାରେ ଜଣେ ମୌଲବୀଙ୍କୁ ଗିରଫ୍‍ କରିଛି । ସେହି ମୌଲବୀ ନିରାପତ୍ତା ବାହିନୀ ଯବାନମାନଙ୍କ ସମ୍ବନ୍ଧରେ ସମ୍ବେଦନଶୀଳ ତଥ୍ୟମାନ ‘କାଶ୍ମୀର ଜାଁବାଜ୍‍ ଫୋର୍ସ୍‍’ – କେ.ଜେ.ଏଫ୍‍. ନାମକ ଏକ ସନ୍ତ୍ରାସବାଦୀ ସଂଗଠନକୁ ଯୋଗାଉଥିଲେ । ଆମ ଜାମ୍ମୁ
ସମ୍ବାଦଦାତା ଜଣାଇଛନ୍ତି, ସେହି ସନ୍ତ୍ରାସବାଦୀ ସଂଗଠନକୁ ପାକିସ୍ତାନରୁ ନିୟନ୍ତ୍ରଣ କରାଯାଉଥିବାର ଖବର ମିଳିଛି । ସେହି ମୌଲବୀଙ୍କ ଗିରଫ୍‍
ସହ ନିରାପତ୍ତାବାହିନୀ ଯବାନମାନଙ୍କ ଉପରେ ଏକ ଭୟଙ୍କର ସନ୍ତ୍ରାସବାଦୀ ଆକ୍ରମଣକୁ ଏଡ଼ାଇ ଦିଆଯାଇ ପାରିଛି । ମୌଲବୀଙ୍କର ନାମ
ଅବଦୁଲ ୱାହିଦ୍‍ ଥିବାର କୁହାଯାଇଛି ।

ସେ ପାକିସ୍ତାନରେ ଥିବା ସନ୍ତ୍ରାସବାଦୀମାନଙ୍କୁ ଗୁପ୍ତ ସୂଚନା ଯୋଗାଉଥିଲେ । ପାକିସ୍ତାନୀ ସନ୍ତ୍ରାସବାଦୀମାନେ ତାଙ୍କୁ ପ୍ରଚୁର ଅର୍ଥ ଦେଉଥିଲେ ଓ ସାମାଜିକ
ଗଣମାଧ୍ୟମ ଜରିଆରେ ସେମାନଙ୍କୁ ଗୁପ୍ତ ତଥ୍ୟ ପଠାଉଥିଲେ । ମୌଲବୀ କାଶ୍ମୀର ଉପତ୍ୟକାର ଯୁବାମାନଙ୍କୁ ମୌଳବାଦ ଆଡ଼କୁ ନେବା ପାଇଁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା । ସାମରିକ ଗୁଇନ୍ଦା ବିଭାଗ ଓ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥା ମୌଲବୀଙ୍କୁ ଗିରଫ୍‍ କରିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ ।

Comments are closed, but trackbacks and pingbacks are open.