ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା କର୍ମଚାରୀମାନେ ୧୪ ଦିନିଆ ସଙ୍ଗରୋଧରେ ରହିବେ । ପୁଲିସ୍ କର୍ମଚାରୀ ସମୂହ ଭାବେ ସଙ୍ଗରୋଧରେ ରହିବା ଘଟଣା ନେଇ ବ୍ୟବସ୍ଥା ହେଉଛି ।
ଜରଡ଼ା ଥାନା ଅନ୍ତର୍ଗତ ପୋଲରାଜପୁର ଗ୍ରାମରେ ୪ ଦିନ ପୂର୍ବେ ଏକ ହତ୍ୟା ଉଦ୍ୟମ ମାମଲାରେ ଗିରଫ ଦୁଇ ଜଣ କରୋନା ସନ୍ଦିଗ୍ଧ ହୋଇଥିବା ସୂଚନା ମିଳିବା ପରେ ଜରଡ଼ା ଥାନା ଏବଂ ଖାରିଆଗୁଡ଼ା ଫାଣ୍ଡିର ସମସ୍ତ ୨୦ ଜଣ ଥାନା କର୍ମଚାରୀ ଆଜିଠାରୁ କ୍ୱାରେଣ୍ଟାଇନ୍ରେ ଯିବେ ବୋଲି ବ୍ରହ୍ମପୁର ଏସ୍.ପି. ପିନାକ ମିଶ୍ର ସୂଚନା ଦେଇଛନ୍ତି ।