ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ
ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି

151

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ୍‍ କରିବା ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଏକ ଚିଠି ରାଜ୍ୟ ଆଇନ୍‍ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦେଇଥିବା ନେଇ ସୂଚନା ମିଳିବା ପରେ ଏ ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ଆଇନ୍‍ ମନ୍ତ୍ରୀ ଜଗନ୍ନାଥ ସାରକା । ଏହି ଚିଠି ରାଜ୍ୟ ସରକାରଙ୍କୁ ମିଳିନାହିଁ, ମିଳିବା ପରେ ଏହା ଉପରେ ସରକାର ବିଚାରବିମର୍ଶ କରି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି । ଅନ୍ୟ ପକ୍ଷରେ ରତ୍ନ ଭଣ୍ଡାର ସ୍ଥିତି ଯାଞ୍ଚ୍‍ ଓ ମରାମତି ସମ୍ପର୍କରେ ଅନୁମତି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକଙ୍କ ପକ୍ଷରୁ ମତ ରଖାଯାଇଛି ।

Comments are closed, but trackbacks and pingbacks are open.