ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି ।
କେବଳ କଳାହାଟ ଦ୍ୱାର ରୁପା ଛାଉଣୀ ହେବାକୁ ବାକି ରହିଛି । ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ୱାରକୁ ରୁପା ଛାଉଣୀ କରାଯିବ ବୋଲି ସୂଚନା ମିଳିଛି । ଏଥିଲାଗି ଆସିଥିବା ୫ କି୍ୱଣ୍ଟାଲ ରୁପାକୁ ଆସନ୍ତାକାଲି ନୀଳାଦ୍ରି ନିବାସ ଭକ୍ତ ନିମାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର କରାଯିବ । ଜିଲ୍ଲାପାଳଙ୍କଠାରୁ ସବୁଜ ସଙ୍କେତ
ମିଳିବା ପରେ କୋଷାଗାରରେ ରୁପାକୁ ସୁରକ୍ଷିତ ରଖିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।