ଛତିଶା ନିଯୋଗ ବୈଠକ -ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଅନୁମତି ଉପରେ ମଧ୍ୟ ଆଲୋଚନା କରାଯିବ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।
ଏହି ବୈଠକରେ ଶ୍ରୀଜୀଉଙ୍କର ପହିଲି ଭୋଗ ନୀତି, ମକର ସଂକ୍ରାନ୍ତୀ ଓ ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏଥିସହ ବୋଲି ନୀତି ପ୍ରଶାସକ କହିଛନ୍ତି । କରୋନା ମହାମାରୀ କାରଣରୁ ବହୁଦିନ ଧରି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଆଜିର ବୈଠକ ଶେଷ ହେବା ପରେ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ସୂଚନା ମିଳିବ ବୋଲି ଆଶା କରାଯାଉଛି ।