ଚଳିତବର୍ଷ ଶେଷ ସୁଦ୍ଧା ୫ ହଜାର ୬୫୪ କୋଟି ପୁଞ୍ଜି ନିବେଶରେ ପାରାଦ୍ୱୀପ ରିଫାଇନାରୀରେ ମନୋ ଏଥିଲିନ୍ ଗ୍ଲାଇକୋଲ (ଏମ୍.ଇ.ଜି) ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଗୁଜୁରାଟର ହାଜରା ଠାରୁ ଇଣ୍ଡିଆନ୍ ଅଏଲର ବୃହତ ଏମ୍.ଇ.ଜି. ପ୍ଲାଣ୍ଟ୍ ପାଇଁ ପାରାଦ୍ୱୀପ ପର୍ଯ୍ୟନ୍ତ ଜାହାଜ ଯୋଗେ ଗୁରୁତ୍ୱପୂର୍ଣ୍ଣ ଉପକରଣ ପଠାଇବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦୂରଦୃଷ୍ଟି ହାସଲ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।