ଜଳସ୍ଥଳ ଆକାଶରୁ ଭାରତ କରିପାରିବ ପରମାଣୁ ଆକ୍ରମଣ

ତ୍ରିମୁଖ ଅଣୁଅସ୍ତ୍ରବାହୀ ଆଇଏନଏସ ଅରିହନ୍ତର ନାବିକଙ୍କୁ ସମ୍ମାନିତ କଲେ ପ୍ରଧାନମନ୍ତ୍ରୀ

0 432

ନୂଆଦିଲ୍ଲୀ . – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ ପ୍ରହାରକାରୀ ତ୍ରିମୁଖ ଅଣୁଅସ୍ତ୍ରବାହୀ ବୁଡାଜାହାଜ (ଏସଏସବିଏନ) ଆଇଏନଏସ ଅରିହନ୍ତର ନାବିକମାନଙ୍କୁ ଭେଟିଛନ୍ତି । ନିକଟରେ ଏହି ବୁଡାଜାହାଜ ତାର ପ୍ରଥମ ଅବରୋଧି ପଇଁତରା ଅଭ୍ୟାସ (ଊରଗ୍ଧରକ୍ସକ୍ସରଦ୍ଭମର ଚବଗ୍ଧକ୍ସକ୍ଟକ୍ଷ) ସମ୍ପନ୍ନ କରିଛି । ଏହି ବୁଡାଜାହାଜ ନିଜର ଅଭ୍ୟାସରେ ଭାରତର ତ୍ରିମୁଖ ପରମାଣୁ ରକ୍ଷା କାର୍ୟ୍ୟକୁ ସଂପୂର୍ଣ୍ଣ ରୂପେ ପ୍ରତିଷ୍ଠା କରିପାରିଛି ।

ଆଇଏନଏସ ଅରିହନ୍ତର ସଫଳ ଅଭିଯାନ ଦ୍ଵାରା ଭାରତର ପରମାଣୁ ତ୍ରିମୁଖ ପ୍ରତିଷ୍ଠାର ମହତ୍ଵ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଆଇଏନଏସ ଅରିହନ୍ତର ସମସ୍ତ କର୍ମୀ ଏବଂ ଅଭିଯାନ ସହ ଜଡିତ ବ୍ୟକ୍ତିବିଶେଷମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ ଏହା ମଧ୍ୟ କହିଥିଲେ ଯେ, ଏହି ଉପଲବ୍ଧି ଦ୍ଵାରା ଭାରତ ସେହି ବଛା ବଛା ରାଷ୍ଟ୍ରଗୁଡିକ ମଧ୍ୟରେ ଆଗଧାଡିରେ ଛିଡା ହୋଇପାରିଛି ଯେଉଁମାନେ ଏସଏସବିଏନର ଡିଜାଇନ, ପ୍ରସ୍ତୁତି ଓ ପରିଚାଳନା କରିବାର କ୍ଷମତା ରଖିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ଵଦେଶୀ ଭାବେ ଏସଏସବିଏନର ନିର୍ମାଣ ଏବଂ ଏହାର ସଫଳ ପରିଚାଳନା କ୍ଷମତାର ବିକାଶ ହେଉଛି ଭାରତର ପ୍ରଯୁକ୍ତିଗତ ସାମର୍ଥ୍ୟ ଏବଂ ସମସ୍ତ ସମ୍ପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ଅଭୂତପୂର୍ବ ସମନ୍ଵୟର ପ୍ରତୀକ । ଦେଶର ସୁରକ୍ଷାକୁ ଅତ୍ୟଧିକ ସୁଦୃଢ କରୁଥିବା ଏହି ଉପଲବ୍ଧି ଲାଗି ସମର୍ପଣ ଓ ପ୍ରତିବଦ୍ଧତାର ସହ କାମ କରିଥିବା ସମସ୍ତ ସମ୍ପୃକ୍ତ ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଭାରତର ସୈନିକମାନଙ୍କ ସାହାସ, ସମର୍ପଣ ତଥା ଭାରତୀୟ ବୈଜ୍ଞାନିକମାନଙ୍କ ପ୍ରତିଭା ଓ ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଏମାନଙ୍କ ଅବିରତ ପ୍ରୟାସ ଯୋଗୁଁ ପରମାଣୁ ପରିକ୍ଷଣର ବୈଜ୍ଞାନିକ ଉପଲବ୍ଧି ଏକ ଅତ୍ୟନ୍ତ ଜଟିଳ ଏବଂ ବିଶ୍ଵସନୀୟ ପରମାଣୁ ତ୍ରିମୁଖରେ ପରିଣତ ହେବାର ଦୁଷ୍କର କାର୍ୟ୍ୟ ସମ୍ଭବ ହୋଇପାରିଛି । ଏହି ନୂତନ ଉପଲବ୍ଧି ଫଳରେ ଭାରତ ଦ୍ଵାରା ପରମାଣୁ ତ୍ରିମୁଖ ପ୍ରତିଷ୍ଠା କରାଯିବା ଲାଗି ଆବଶ୍ୟକ କ୍ଷମତା ଏବଂ ଦୃଢତା ସମ୍ପର୍କରେ ଉଠିଥିବା ସମସ୍ତ ପ୍ରଶ୍ନ ଓ ସନ୍ଦେହ ଦୂର ହୋଇପାରିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତର ଲୋକମାନେ “ଶକ୍ତିମାନ ଭାରତ” (ଶକ୍ତିଶାଳୀ ଭାରତ) ଏବଂ ନୂତନ ଭାରତ ନିର୍ମାଣ ଲାଗି ଆକାଂକ୍ଷା ରଖିଛନ୍ତି । ଏଥିପାଇଁ ଭାରତୀୟମାନେ ଅନବରତ ପ୍ରୟାସ ମାଧ୍ୟମରେ ଅନେକ ଆହ୍ଵାନକୁ ସଫଳତା ପୂର୍ବକ ମୁକାବିଲା କରିଛନ୍ତି । ପ୍ରଧାନମନ୍ତ୍ରୀ ଏଥିପ୍ରତି ମଧ୍ୟ ଗୁରୁତ୍ଵାରୋପ କରିଥିଲେ ଯେ, ଏକ ସଶକ୍ତ ଭାରତ କେବଳ ୧୨୦ କୋଟିରୁ ଉର୍ଦ୍ଧ୍ଵ ଭାରତୀୟମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ନାହିଁ, ବରଂ ଆଜିର ଅନିଶ୍ଚିତତା ଏବଂ ଆଶଙ୍କାରେ ପରିପୂରଣ ବିଶ୍ଵଶାନ୍ତି ଓ ସ୍ଥିରତା ଲାଗି ଆଧାରସ୍ତମ୍ଭ ପ୍ରତିଷ୍ଠା କରିବ ।

ପ୍ରଧାନମନ୍ତ୍ରୀ ସମସ୍ତ ଉପସ୍ଥିତ ବ୍ୟକ୍ତିବିଶେଷ ତଥା ସେମାନଙ୍କ ପରିବାରବର୍ଗଙ୍କୁ ଦୀପାବଳି ପାଇଁ ଶୁଭକାମନା ମଧ୍ୟ ଜଣାଇଥିଲେ । ସେ ଏହି ଆଶା ମଧ୍ୟ ବ୍ୟକ୍ତ କରିଥିଲେ ଯେ, ଯେପରି ଆଲୋକ ଅନ୍ଧକାର ଏବଂ ଭୟକୁ ଦୂର କରିଥାଏ ସେହିପରି ଆଇଏନଏସ ଅରିହନ୍ତ ମଧ୍ୟ ଦେଶକୁ ନିର୍ଭୟ ପ୍ରଦାନ କରିବ ।

ଏକ ଉତ୍ତରଦାୟୀ ରାଷ୍ଟ୍ରଭାବେ ଦେଶର ପରମାଣୁ କମାଣ୍ଡ ପ୍ରାଧିକରଣ ଅଧୀନରେ ଭାରତ ଏକ ସୁଦୃଢ ପରମାଣୁ କମାଣ୍ଡ ଏବଂ ନିୟନ୍ତ୍ରଣ ଢାଞ୍ଚା, ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ଏବଂ ସଂପୂର୍ଣ୍ଣ ରାଜନୈତିକ ନିୟନ୍ତ୍ରଣକୁ ପ୍ରତିଷ୍ଠା କରିଛି । ସ୍ଵର୍ଗତ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଅଧ୍ୟକ୍ଷତାରେ ଗତ ୦୪.୦୧.୨୦୦୩ରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ ବୈଠକରେ ନିର୍ଦ୍ଧାରଣ ହୋଇଥିବା ନୀତି ଅନୁଯାୟୀ ପ୍ରାମାଣିକ ସର୍ବନିମ୍ନ ଅବରୋଧ କ୍ଷମତା ସଂସ୍ଥାପନ ଏବଂ ପ୍ରଥମେ ପରମାଣୁ ଅସ୍ତ୍ର ବ୍ୟବହାର ନ କରିବା ଲାଗି ଭାରତ ପ୍ରତିବଦ୍ଧ ପ୍ରକଟ କରିଛି ।

Leave A Reply