ଇଣ୍ଡସଫୁଡ-୨, ୨୦୧୯ରେ ୬୦୦ ବୈଶ୍ୱିକ କ୍ରେତା ଭାଗନେବେ

0 627

ନୂଆଦିଲ୍ଲୀ — ଭାରତୀୟ ସ୍ରୋତରୁ ଖାଦ୍ୟ ଏବଂ ପାନୀୟ ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଢ଼ାକା ସ୍ଥିତ ଭାରତ-ବାଂଲାଦେଶ ଚ୍ୟାମ୍ବର ଅଫ କମର୍ସ (ଓଈଉଉଓ) ଇଣ୍ଡସଫୁଡ-୨, ୨୦୧୯ରେ ଖାଦ୍ୟ ଏବଂ ପେୟ କ୍ଷେତ୍ରରେ କ୍ରେତାମାନଙ୍କ ବିଶାଳ ସମୂହ ସହିତ ଭାଗନେବେ । ଭାରତ ବ୍ୟବସାୟିକ ସମ୍ବର୍ଦ୍ଧନ ପରିଷଦ (ଞଚଉଓ)ର ଅଧ୍ୟକ୍ଷ ଶ୍ରୀ ଅଶୋକ ସେଠିଙ୍କ ସହିତ ପରିଚର୍ଚ୍ଚା ପରେ ଆଇବିସିସିଆଇର ଅଧ୍ୟକ୍ଷ ତଥା ବାଂଲାଦେଶ ବାଣିଜ୍ୟ ଏବଂ ଉଦ୍ୟୋଗ ପରିସଂଘର ପୂର୍ବ ଅଧ୍ୟକ୍ଷ ଶ୍ରୀ ଅବଦୁଲ ମତଲୁବ ଅହମ୍ମଦ ଢ଼ାକାର ମୋହାଖଲୀ ସ୍ଥିତ ନିତୋଳଭବନରେ ଏହି ଘୋଷଣା କରିଛନ୍ତି ।

 

ଟିପିସିଆଇ ସାର୍କ ଦେଶମାନଙ୍କରୁ ଅଧିକରୁ ଅଧିକ କ୍ରେତାମାନଙ୍କୁ ଆକର୍ଷିତ କରିବା ପାଇଁ କାର୍ୟ୍ୟ କରୁଛି ଯାହା ଫଳରେ କି ସେମାନଙ୍କୁ ଭାରତରୁ ସେମାନଙ୍କ ଖାଦ୍ୟ ପେୟ ଆବଶ୍ୟକତା ପୂରଣ କରିବାରେ ସହାୟତା ମିଳିପାରିବ । ଗଲ୍ଫ ସହଯୋଗ ପରିଷଦ (ଏଉଉ) ତଥା ଋଷ ପରିସଂଘର ସ୍ୱତନ୍ତ୍ର ଦେଶ (ଉଓଝ)ର କିଛି ବଡ କ୍ରେତା ଇଣ୍ଡସଫୁଡ-୨ରେ ସାମିଲ ହେବା ନେଇ ସହମତି ପ୍ରଦାନ କରିଛନ୍ତି । ଏହି ବଡ କ୍ରେତାମାନଙ୍କ ମଧ୍ୟରେ ସୁପର ମାର୍କେଟ ଶୃଙ୍ଖଳର କ୍ରେତା ମଧ୍ୟ ସାମିଲ ରହିଛନ୍ତି ।

 

ବାଂଲାଦେଶ ଦ୍ୱାରା ଭାରତରୁ କ୍ରୟ କରାଯିବାକୁ ଥିବା କିଛି ପ୍ରମୁଖ ବସ୍ତୁ ହେଲା-ଫଳ, ମସଲା, କୃଷି ଉତ୍ପାଦ, ଶୁଖିଲା ଫଳ, ମିଷ୍ଠାନ ତଥା ସୋରିଷ ଓ ସୋୟା ତେଲ । ବାଂଲାଦେଶ ପୂର୍ବରୁ ପୂର୍ବୋତ୍ତର ରାଜ୍ୟମାନଙ୍କ ସହିତ ବ୍ୟବସାୟ କରୁଛି । ଇଣ୍ଡସଫୁଡ-୨ ଅନ୍ତର୍ଗତ ବାଂଲାଦେଶର କ୍ରେତାମାନଙ୍କୁ ପୂର୍ବୋତ୍ତର ରାଜ୍ୟମାନଙ୍କର ନୂତନ ରପ୍ତାନୀକାରୀମାନଙ୍କ ସହିତ ଭେଟ ହେବାର ଆଶା ରହିଛି । ଏଥିରେ ପୂର୍ବୋତ୍ତର ରାଜ୍ୟମାନଙ୍କର ଉଦ୍ୟାନ ବିଭାଗ ମଧ୍ୟ ସାମିଲ ରହିଛି । ଟିପିସିଆଇର ଆଶା ରହିଛି କି ଦିଲ୍ଲୀର ଗ୍ରେଟର ନୋଇଡାରେ ୨୦୧୯ ଜାନୁଆରୀ ୧୪-୧୫କୁ ଆୟୋଜିତ ହେବାକୁ ଥିବା ବିଶ୍ୱ ଖାଦ୍ୟ ସୁପର ମାର୍କେଟ ଇଣ୍ଡସଫୁଡ-୨ରେ ୫୦ଟି ଦେଶର ୬୦୦ ବୈଶ୍ୱିକ କ୍ରେତା ଏବଂ ୩୫୦ରୁ ଅଧିକ ଭାରତୀୟ ନିର୍ଣ୍ଣାୟକ ଏବଂ ଉତ୍ପାଦକ ଭାଗ ନେବେ ।

 

୨୦୧୮ରେ ଆୟୋଜିତ ଇଣ୍ଡସଫୁଡ-୧ରେ ୪୩ଟି ଦେଶର ଅଗ୍ରଣୀ ଆମଦାନୀକାରୀ ତଥା ୩୨୦ ଭାରତୀୟ ରପ୍ତାନୀକାରୀ ଭାଗ ନେଇଥିଲେ । ଅନୁମାନ କରାଯାଉଛି ଯେ ଏହି ସମୟ ମଧ୍ୟରେ ୬୫୦ ମିଲିଅନ ଡଲାରର ବ୍ୟବସାୟ ହୋଇଥିଲା । ଆନ୍ତର୍ଜାତିକ କ୍ରେତା ତଥା ଖାଦ୍ୟ ଏବଂ ପେୟ ଉଦ୍ୟୋଗର ୧୨ଟି ଶ୍ରେଣୀ ସହିତ ସମ୍ବନ୍ଧିତ ଭାରତୀୟ ବିକ୍ରେତାମାନଙ୍କୁ ଈ୨ଈ ସମ୍ବାଦର ବିଶେଷ ଅବସର ପ୍ରାପ୍ତ ହୋଇଛି ।

Leave A Reply