ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ

0 586

ଭୁବନେଶ୍ୱର – ଚଳିତମାସ ୨୮ ତାରିଖରୁ ଭୁବନେଶ୍ୱର-ଅହମ୍ମଦାବାଦ ମଧ୍ୟରେ ଇଣ୍ଡିଗୋ ପକ୍ଷରୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱରରୁ ଗୁଜରାଟର କୌଣସି ସହରକୁ ଏହା ହେବ ପ୍ରଥମ ବିମାନ ସେବା । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଦୁଇସହର ମଧ୍ୟରେ ଏହି ବିମାନ ଚଳାଚଳ କରିବ । କମ୍ପାନି ପକ୍ଷରୁ ଏଥି।ଇଁ ଟିକଟ ବୁକିଂ ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ ଆସନ୍ତା ୨୮ ତାରିଖରୁ ଏହି ବିମାନ ଅହମ୍ମଦାବାଦର ସର୍ଦ୍ଦାରବଲ୍ଲଭ ଭାଇ ପଟେଲ୍‍ ବିମାନ ବନ୍ଦରରୁ ଅପରାହ୍ନ ୫ଟା ୧୦ରୁ ଯାତ୍ରା ଆରମ୍ଭ କରି ରାତି ୭ଟା ୩୦ ମିନିଟ୍‍ରେ ଭୁବନେଶ୍ୱରରେ ପହଞ୍ଚିବ । ସେହି ପରି ବିମାନଟି ରାତି ୮ଟା ୫ରୁ ଭୁବନେଶ୍ୱରରୁ ଉଡ଼ାଣ ଆରମ୍ଭ କରି ରାତି ୧୦ଟା ୩୫ରେ
ଅହମ୍ମଦାବାଦରେ ପହଞ୍ଚିବ ।

Leave A Reply