ପାକିସ୍ତାନ ବିରୋଧରେ ମୋଦିଙ୍କ ନୂଆ ଅସ୍ତ୍ର
ନୂଆଦିଲ୍ଲୀ : ବାରମ୍ବାର ତାଗିଦ କରିବା ପରେ ବି ପାକିସ୍ତାନ ସୁଧୁରୁନଥିବାରୁ ଭାରତ ଏକ ନୂଆ ଓ ପ୍ରଭାବଶାଳୀ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କରିଛି । ତାହା ହେଉଛି ପାଣି ଅସ୍ତ୍ର ।
ଭାରତ ଦେଇ ପାକିସ୍ତାନକୁ ଯାଉଥିବା ନଦୀଗୁଡ଼ିକରେ ବନ୍ଧ ବାନ୍ଧି ପାକିସ୍ତାନକୁ ଜଳପ୍ରବାହ କମାଇବାକୁ ବସିଛି ଭାରତ । ଏହା ଦ୍ୱାରା ପାକିସ୍ତାନରେ ଘୋର ଜଳ ସଂକଟ ଦେଖାଦେଇଛି । କିନ୍ତୁ ଏତିକିରେ ମୋଦି ଶାନ୍ତିରେ ବସିନାହାନ୍ତି । ଆଫଗାନିସ୍ତାନପଟୁ କିପରି ପାକିସ୍ତାନକୁ ଆସୁଥିବା ନଦୀଗୁଡ଼ିକରୁ ଜଳ ଅଟକାଯିବା ସେ ଦିଗରେ ଭାରତ କାମ କରୁଛି । ଆଫଗାନିସ୍ତାନରୁ ବାହାରି ପାକିସ୍ତାନକୁ ଯାଇଥିବା କାବୁଲ ନଦୀ ଉପରେ ଆଫଗାନିସ୍ତାନ ପକ୍ଷରୁ ଶାହଟୁଟ ଠାରେ ଏକ ନଦୀବନ୍ଧ ନିର୍ମାଣ କରାଯାଉଛି । ଭାରତର ଆର୍ଥିକ ସହାୟତାରେ ଆଫଗାନ ସରକାର ଏହି ପ୍ରକଳ୍ପ ନିର୍ମାଣ କରୁଛନ୍ତି । ଏହି ବନ୍ଧ ତିଆରି ହେଲେ କାବୁଲ ନଦୀରେ ଜଳପ୍ରବାହ କମିଯିବ । ଫଳରେ ପାକିସ୍ତାନରେ ପାଣି ପାଇଁ ହାହାକାର ଖେଳିଯିବ । ପାକିସ୍ତାନର ଲୋକେ ପାଣିପାଇଁ ନେହୁରା ହେବାକୁ ବାଧ୍ୟହେବେ । ଏହା ହିଁ ପାକିସ୍ତାନ ପରି ଦୁଃଷ୍ଟ ରାଷ୍ଟ୍ର ପାଇଁ ପ୍ରକୃ ଶିକ୍ଷା ହେବ ।