ନୂଆଦିଲ୍ଲୀ.-କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ତଥା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଅଗଷ୍ଟ ୨୭ ତାରିଖରେ ବିଭିନ୍ନ ରପ୍ତାନୀ ଭାଗିଦାରୀ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହ ବୈଠକ କରିଥିଲେ ଯେଉଁଥିରେ ଭାରତର ରପ୍ତାନୀରେ ନୂତନ ଶକ୍ତି ଭରିବା ଏବଂ ଏହାକୁ ୨୦୧୫ ପର୍ଯ୍ୟନ୍ତ ଦୁଇଗୁଣ କରିବାର ରଣନୀତି ଉପରେ ବିଚାର କରାଯାଇଛି । ଶ୍ରୀ ପ୍ରଭୁ କହିଛନ୍ତି କି ବୈଶ୍ୱିକ ବ୍ୟାପାରରେ ଅନିଶ୍ଚିତତା, ବ୍ୟାଙ୍କର କଠୋର ଦୃଷ୍ଟିକୋଣ ଆଦି କାରଣରୁ ଋଣର ଉପଲବ୍ଧତା ପ୍ରଭାବିତ ହେଉଛି । ପ୍ରଚଳନ ତନ୍ତ୍ରର ଅଧିକ ଖର୍ଚ୍ଚ ଏବଂ ଉତ୍ପାଦକ ମାନକ ଓ ଗୁଣବତା ଆଦି ଆହ୍ୱାନକୁ ଧ୍ୟାନରେ ରଖି ଏହା ଆବଶ୍ୟକ ହୋଇଯାଇଛି । ରପ୍ତାନୀ ନିଯୁକ୍ତି ସୃଷ୍ଟି କରିଥାଏ, ବୈଦେଶିକ ମୁଦ୍ରା ଆଣିଥାଏ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଭାରତର ପ୍ରତିସ୍ପର୍ଦ୍ଦାତ୍ମକତାକୁ ମାନ୍ୟତା ପ୍ରଦାନ କରିଥାଏ । ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ସି ଆର ଚୌଧୁରୀ ଏହି ମିଶନର ଅଧ୍ୟକ୍ଷ ହେବେ ଏବଂ ବିଭିନ୍ନ ରପ୍ତାନୀ ସମ୍ବର୍ଦ୍ଧନ ପରିଷଦ ଏବଂ ବାଣିଜ୍ୟ ମନ୍ତ୍ରଣାଳୟର ଡିଭିଜନର ନିୟମିତ ସମୀକ୍ଷା କରିବେ ।
ବାଣିଜ୍ୟ ମନ୍ତ୍ରୀଙ୍କ କ୍ଷେତ୍ରୀୟ ରପ୍ତାନର ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରମୁଖ ମନ୍ତ୍ରଣାଳୟ ସହିତ ଦୁଇଟି ବୈଠକ ଅନୁଷ୍ଠିତ ହୋଇଯାଇଛି, ଯାହାକୁ କି ଅନ୍ତିମ ରୂପ ପ୍ରଦାନ କରାଯାଉଛି । ଭାରତୀୟ ରପ୍ତାନୀ ସଙ୍ଗଠନ ସଂଘ (FIEO) ପରମ୍ପରାଗତ, ନୂତନ ବଜାର ଏବଂ ଉତ୍ପାଦରେ ୧୦୦ ବିଲିଅନ ରପ୍ତାନୀ ଚିହ୍ନଟର ଅଧ୍ୟୟନ କରିଛନ୍ତି । ଏକଜିମ ବଜାର ଅନ୍ୱେଷଣ କରିଛନ୍ତି ଏବଂ ରପ୍ତାନୀ ରଣନୀତିର ଲକ୍ଷ୍ୟ ପ୍ରସ୍ତୁତ କରାଯାଉଛି ।
ଭାରତ ଡବ୍ଲୁଟିଓର ଟିଏଫଓ (ବ୍ୟବସାୟକୁ ସରଳୀକୃତ କରିବା ସମ୍ବନ୍ଧୀୟ ବୁଝାମଣା)କୁ ୨୦୧୬ଏପ୍ରିଲରେ ସ୍ୱୀକୃତ କରିଛନ୍ତି ଏବଂ ବ୍ୟବସାୟିକ ସମସ୍ୟାକୁ ଦୂର କରିବା ପାଇଁ ଏକ ବିଶେଷ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି । ବ୍ୟବସାୟ କରିବାର ସହଜତା ଏବଂ ଆଇଟି ପଦକ୍ଷେପ ଡିଜିଏଫଟି ତଥା ବିଶେଷ ଆର୍ଥିକ କ୍ଷେତ୍ର ଜରିଆରେ ପାରଦର୍ଶିତା ଆଣିବା ପାଇଁ ସେମାନଙ୍କୁ କଷ୍ଟମ ଆଇସଗେଟରୁ ଅନଲାଇନ ଯୋଡାଯାଇଛି ତଥା ରପ୍ତାନୀ ଓ ଆମଦାନୀ ପାଇଁ ଆବଶ୍ୟକ ଓ ଅନିବାର୍ଯ୍ୟ କାଗଜପତ୍ରକୁ କମ କରି ତିନୋଟି ଲେଖାଁଏ କରାଯାଇଛି । ଆମଦାନୀ-ରପ୍ତାନୀ କୋଡ (IEC)କୁ ପ୍ୟାନ ସହିତ ଯୋଡାଯାଇଛି ଏବଂ ସମ୍ପୂର୍ଣ୍ଣ ଭାବେ ଯୋଡିବା ପାଇଁ ଜିଏସଟିଏନ ସହିତ ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଛି । ତ୍ୱରିତ ଟ୍ୟାକ୍ସ ରିଫଣ୍ଡ ପାଇଁ ଇଲେକ୍ଟ୍ରୋନିକ ବ୍ୟାଙ୍କ ରିଅଲାଇଜେସନ ସାର୍ଟିଫିକେଟ (EBRC) ପ୍ରଣାଳୀକୁ 14ଟି ରାଜ୍ୟ ସରକାରଙ୍କ ସହ ସେୟାର କରାଯାଇଛି ଏବଂ ଇବିଆରସିକୁ ଜିଏସଟିଏନ ସହିତ ଯୋଡିବା ପାଇଁ ଜିଏସଟି ନେଟୱର୍କ ସହିତ ବୁଝାମଣା ପତ୍ରରେ ହସ୍ତାକ୍ଷର କରାଯାଇଛି । ରାଜ୍ୟ ସରକାରଙ୍କୁ ଡିଜିସିଆଇଆରଏସ ରପ୍ତାନୀ ପରିସଂଖ୍ୟାନ ପର୍ଯ୍ୟନ୍ତ ପହଂଚ ପ୍ରଦାନ କରାଯାଇଛି ।
ଚିହ୍ନଟ କରାଯାଇଥିବା ୧୨ଟି ସର୍ବୋତ୍ତମ ସେବା କ୍ଷେତ୍ରର ବିକାଶକୁ ବୃଦ୍ଧି କରିବା ଏବଂ ଏଗୁଡ଼ିକର ସମ୍ଭାବନାକୁ ଚିହ୍ନଟ କରିବା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ବାଣିଜ୍ୟ ବିଭାଗର ଏକ ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ମଞ୍ଜୁରି ପ୍ରଦାନ କରିଛି । ଶ୍ରୀ ପ୍ରଭୁ ଆଇଟି-ଆଇଟିଇର ବର୍ତ୍ତମାନ ପ୍ରବଳତା ସ୍ଥାନରେ ବ୍ୟାପକ ଆଧାର ବିଶିଷ୍ଟ ବୃଦ୍ଧି ହାସଲ କରିବା ପାଇଁ ସେବା କ୍ଷେତ୍ର ଲାଗି ବିଶେଷ ରଣନୀତି ପ୍ରସ୍ତୁତ କରିବା, ଭୌଗୋଳିକ କ୍ଷେତ୍ରରେ ସେବାମାନଙ୍କୁ ବିବିଧ ରପ୍ତାନୀ ନେଇ ନୂତନ ଢ଼ାଂଚା ପ୍ରସ୍ତୁତ କରିବା ପାଇଁ ରାଜ୍ୟମାନଙ୍କୁ ସଚେତନ କରିବା, ସେବା କ୍ଷେତ୍ର ପାଇଁ ନୀତି ଏବଂ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ତଥା ଭାରତକୁ ସେବା କେନ୍ଦ୍ରରେ ପରିଣତ କରିବା ଉପରେ ଜୋର ଦେଇଛନ୍ତି । ଅଂଶଗ୍ରହଣକାରୀଙ୍କ ଟିପ୍ପଣୀକୁ ସାମିଲ କରିବା ପରେ କୃଷି ଆମଦାନୀ ନୀତି ଅନ୍ତିମ ରୂପ ନେବାର ପ୍ରକ୍ରିୟାରେ ରହିଛି ।
ରତ୍ନ ଓ ଆଭୂଷଣ, ଚମଡା, ବସ୍ତ୍ର, ଇଂଜିନିୟରିଂ କ୍ଷେତ୍ର, ଇଲେକ୍ଟ୍ରୋନିକ୍ସ, ରସାୟନ ଏବଂ ପେଟ୍ରୋ ରସାୟନ, ଫାର୍ମା, କୃଷି ଓ ସହାୟକ ଉତ୍ପାଦ ଏବଂ ସାମୁଦ୍ରିକ ଉତ୍ପାଦ ପରି ବିଷୟ ଆଦି ପାଇଁ ଜିନ୍ସ ଏବଂ କ୍ଷେତ୍ରୀୟ ବିଶେଷ ଥିବା ରଣନୀତି ପ୍ରସ୍ତୁତ କରାଯାଉଛି । କ୍ଷେତ୍ର ବିଶିଷ୍ଟ ରଣନୀତିରେ ଉତ୍ତର ଆମେରିକୀୟ ମୁକ୍ତ ବ୍ୟବସାୟିକ ବୁଝାମଣା (NAFTA), ୟୁରୋପ, ଉତ୍ତର ପୂର୍ବ ଏସିଆ, ଆସିୟାନ, ଦକ୍ଷିଣ ଏସିଆ, ଲାଟିନ ଆମେରିକା, ଆଫ୍ରିକା ଏବଂ ଡବ୍ଲୁଏଏନଏ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ସିଆଇଏସ ସାମିଲ ହେବେ ।
ବାଣିଜ୍ୟ ମନ୍ତ୍ରୀ କହିଲେ ଯେ ପରମ୍ପରାଗତ ବଜାର ବ୍ୟତୀତ ଭାରତକୁ ଛୋଟ ଛୋଟ ଦେଶମାନଙ୍କ ସହ ବ୍ୟବସାୟ ବୃଦ୍ଧି କରିବା ଦିଗକୁ ଧ୍ୟାନ ଦେବା ଆବଶ୍ୟକ ଏବଂ ଆଫ୍ରିକା ଭଳି ଦେଶର ନୂତନ କ୍ଷେତ୍ରର ଅନ୍ୱେଷଣ କରିବା ଆବଶ୍ୟକ, ଯେଉଁମାନଙ୍କର ଭାରତରୁ ରପ୍ତାନୀ କେବଳ ଶତକଡା 8 ପ୍ରତିଶତ । ଶ୍ରୀ ପ୍ରଭୁ ରପ୍ତାନିକାରୀମାନଙ୍କୁ ଜୋର ଦେଇ କହିଥିଲେ ଯେ ସେମାନେ ଚୀନର ଉପଭୋକ୍ତା ବଜାର ଦ୍ୱାରା ପ୍ରସ୍ତୁତ ଅବସରକୁ ନଷ୍ଟ ନ କରନ୍ତୁ ଏବଂ ୨୦୧୮ ନଭେମ୍ବରରେ ଚୀନରେ ହେବାକୁ ଥିବା ବିଶ୍ୱ ମେଗା ଏକ୍ସପୋର ଫାଇଦା ଉଠାନ୍ତୁ ।