ନୂଆଦିଲ୍ଲୀ . – ମହାକାଶ ବିଜ୍ଞାନରେ ଭାରତ ଏକ ବଡ ସଫଳତା ହାସଲ କରିଛି । ମହାକାଶ ବିଜ୍ଞାନୀମାନେ ଭାରତକୁ ବିଶ୍ୱର ଚତୁର୍ଥ ମହାଶକ୍ତି ଭାବେ ବିକଶିତ କରିଛନ୍ତି । ପଥିବୀଠାରୁ ୩ଶହ କିଲୋମିଟର ଦୂରରେ ଥିବା ଏକ କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍କୁ ମିସାଇଲ୍ ମାଡ କରି ଧ୍ୱଂସ କରିଛି । ଡିଆର୍ଡିଓ ପକ୍ଷରୁ ଆଣ୍ଟି ସାଟେଲାଇଟ୍ ମିସାଇଲ୍ ବା ଏ-ସ୍ୟାଟକୁ ପରୀକ୍ଷଣ କରାଯାଇଥିଲା । ଏହା ସଫଳ ହୋଇଛି । ଆଗରୁ କେବଳ ଆମେରିକା, ଋଷ ଓ ଚୀନ୍ ନିକଟରେ ଏହି ଜ୍ଞାନକୌଶଳ ଓ କ୍ଷେପଣାସ୍ତ୍ର ଥିଲା ।
ଏହି ସଫଳ ପରୀକ୍ଷଣ ପରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ବାର୍ତ୍ତା ଦେବା ସହ ଭାରତୀୟ ବୈଜ୍ଞାନିକମାନଙ୍କୁ ଏଥିପାଇଁ ଧନ୍ୟବାଦ ଦେଇଛନ୍ତି । ଲୋଆର୍ଥ ଅରବିଟ୍ରେ ଥିବା ଏହି ସାଟେଲାଇଟ୍କୁ ମାତ୍ର ୩ ମିନିଟ୍ ମଧ୍ୟରେ କ୍ଷେପଣାସ୍ତ୍ର ନଷ୍ଟ କରିଥିଲା ।
#MissionShakti is special for 2 reasons:
(1) India is only the 4th country to acquire such a specialised & modern capability.
(2) Entire effort is indigenous.
India stands tall as a space power!
It will make India stronger, even more secure and will further peace and harmony.— Chowkidar Narendra Modi (@narendramodi) March 27, 2019