ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ
ଭୁବନେଶ୍ୱର . – ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ।
କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଯୋଜନା ଟାସ୍କଫୋର୍ସର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ଓ
ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା। ଚଳିତ ଆର୍ôଥକ
ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସାଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ୍ ୱାର୍ଡ ୧୩ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ ହେବ। ବର୍ତମାନ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେଉଛି।