ନୂଆଦିଲ୍ଲୀ – କରୋନା ଯୋଗୁଁ ସାରା ଦେଶରେ ଏବେ ଲକ୍ଡାଉନ୍ । ଏଥିରେ ଅନେକ ଲୋକ ଆବଶ୍ୟକତା ସ୍ଥଳରେ ଏଟିଏମ୍କୁ ଯାଇ ପାରୁ ନାହାନ୍ତି । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏପରି କିଛି ବିକଳ୍ପ ଅଛି ଯେଉଁଥିରେ ଆପଣ ଘରେ ବସି ଟଙ୍କା ପାଇ ପାରିବେ । ଡାକଘର କିମ୍ବା ପୋଷ୍ଟ ପିଅନଙ୍କୁ କଲ୍ କରି ଟଙ୍କା କାଢି ପାରିବେ । ଘର ନିକଟରେ ଟଙ୍କା ଉଠାଣ ଓ ଜମା କରିବାର ସୁବିଧା ପାଇ ପାରିବେ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ କିମ୍ବା ଖାତା ଗୁଗୁଲ୍ ପେ କିମ୍ବା ଫୋନ୍ . ହ୍ୱାଟସ୍ଆପ୍ ପେ ସହ ଯୋଡି ହୋଇଛି ତେବେ ଘର ପାଖରେ ଟଙ୍କା କାଢି ପାରିବେ ।
ଡାକ ପିଅନଙ୍କୁ କଲ୍ କରି ଟଙ୍କା ଉଠାଇ ପାରିବେ ।
ଡାକ ବିଭାଗର ଚିଠି ପତ୍ର ବାଣ୍ଟୁଥିବା ଅଧିକାଂଶ ପୋଷ୍ଟ ପିଅନଙ୍କ ନିକଟେରେ ଏବେ ହାତରେ ବ ହ୍ୟାଣ୍ଡ ହେଲ୍ଡ ଡିଭାଇସ୍ ଅଛି । ଏଥିରେ ଜଣେ ଘର ପାଖକୁ ତାଙ୍କୁ ଡକାଇ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଆପଣ ଆପଣଙ୍କ ଅଞ୍ଚଳର ଡାକପିଅନଙ୍କ ଫୋନ୍ ନମ୍ବର ଜାଣିଥିଲେ ଫୋନ୍ କରନ୍ତୁ ସେ ଏହି ମେସିନ୍ ଧରି ଆପଣଙ୍କ ପାଖକୁ ଆସିବେ । ଏବେ ଲକ୍ ଡାଉନ୍ ଯୋଗୁଁ ଡାକଘରେ ଅତିରିକ୍ତନଗଦ ଟଙ୍କା ଜମା କରାଯାଇଛି ।
ସହର ସହ ଗ୍ରାମାଞ୍ଚଳରେ ବି ଏହି ସୁବିଧା ମିଳୁଛି । ଦେଶରେ ୧ଲକ୍ଷ ୫୫ ହଜାର ଡାକଘର ଅଛି ।
ପେ ନିୟବାଏ ଆଉଟ୍ଲେଟ୍ରୁ ଟଙ୍କା ଉଠାଇ ପାରିବେ
ନ୍ୟାସନାଲ୍ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ଦ୍ୱାରା ବିକଶତି ଆଧାର ଏନାବଲଡ୍ ସିଷ୍ଟ ଦ୍ୱାରା ପଞ୍ଜିକୃତ ପେ ନିୟର ବାଏ ଆଉଟଲେଟ୍ରୁ ବି ଟଙ୍କା କାଢି ପାରିବେ । ସାରା ଦେଶରେ ଏବେ ଏହାର ୮ ଲକ୍ଷ ଆଉଟ୍ଲେଟ୍ ଅଛି । ଏହାକୁ ଡିଜିଟାଲ୍ ପ୍ରଧାନ କୁହାଯାଉଛି ।ଏଠାରେ ଆଧାର ନମ୍ବର ଓ ଆଙ୍ଗୁଠି ଚିହ୍ନ ଦେଇ ଟଙ୍କା କାଢି ପାରିବେ ।
ଫୋନ୍ପେ ଓ ଗୁଗୁଲ୍ ପେ ସହ ଯୋଡି ହୋଇଥିବା ଆକାଉଣ୍ଟ ନମ୍ବରରେ ଟଙ୍କା କାଢି ପାରିବେ ।
ପେ ନିୟରବାଏ କେ ଆପଣ ଫୋନ୍ ପେ କିମ୍ବା ଗୁଗୁଲ୍ ପେ ସହ କିମ୍ବା ହ୍ୱାଟସ୍ଆପ୍ ପେ ସହ ଯୋଡି ହୋଇଥିଲେ ଏହାକ କ୍ୟୁଆର୍ କୋଡ୍ ସ୍କାନ କରି ଟଙ୍କା ଉଠାଇ ପାରିବେ ।