୧୨ ହଜାର ବ୍ୟାଙ୍କ କ୍ଲରିକାଲ ପୋଷ୍ଟ, ଆଇବିପିଏସ୍‌ରେ ଜାଣନ୍ତୁ ଆବେଦନ ତାରିଖ, ଯୋଗ୍ୟତା, ଦରମା,ପରୀକ୍ଷା ବିଷୟରେ

0 1,112

ଯେଉଁମାନେ ବ୍ୟାକିଂ କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଖୁସୀ ଖବର ।ଏବେ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।ଇନଷ୍ଟିଟ୍ୟୁଟ ଅଫ୍‌ ବ୍ୟାକିଂ ପେରସୋନେଲ ବା ଆଇବିପିଏସ୍‌ ଏବେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖାଲି ଥିବା କ୍ଲର୍କ ପଦବୀ ପାଇଁ ନୋଟିଫିକେସନ ଜାରିକରିଛନ୍ତି ।
.ଏଥିରେ ୧୨ହଜାରରୁ ଅଧିକ ପଦବୀ ପାଇଁ ଆବେଦନ କରିପାରିବେ । ଆହ୍ଲାବାଦ ବ୍ୟାଙ୍କ, କାନାରା ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ସିଣ୍ଡିକେଟ୍‌ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ ଇଣ୍ଡିଆସ କରୋପରେସନ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ପଞ୍ଜାବ ଓ ସିନ୍ଧି ବ୍ୟାଙ୍କ. ୟୁନାଇଟେଡ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ।

ପ୍ରାର୍ଥୀମାନେ ଆଇବିପିଏସ୍‌ ସିଡବ୍ଲୁଇ- କ୍ଲର୍କ-ଭିଆଇଆଇ-୨୦୧୯(IBPS CWE CLERKS-VII 2019 ) ପାଇଁ ଆଇବିପିଏସ୍‌ ସାଇଟ୍‌ରେ ୧୭ ସେପ୍ଟେମ୍ବରରୁ ୧୯ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ଆଇବିପିଏସ୍‌ର କ୍ଲର୍କ ପ୍ରିଲିମସ୍‌ ଓ ପରେ ଆଇବିପିଏସ୍‌ କ୍ଲର୍କ ମେନ୍‌ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଚାକିରି ମିଳିବ ।
ଏହି ପରୀକ୍ଷା ଡିସେମ୍ବର ମାସ ୦୭,୦୮,୧୪ ତାରିଖରେ ହେବ ।ଯେଉଁମାନେ ପ୍ରିଲିମସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ମେନ୍ ପରୀକ୍ଷା ଜାନୁଆରୀ ୧୯, ୨୦୨୦ ରେଅନୁଷ୍ଠିତ ହେବ ।

ଆଇବିପିଏସ୍‌ର ମେନ୍‌ ପରୀକ୍ଷା ବି ଅନ୍‌ଲାଇନ୍‌ ହେବ । ଏଥିରେ ଜେନେରାଲ ଓ ଫାଇନାସିଆଲ୍‌ ଆଓ୍ୱାରନେସ୍‌ର ୫୦ ମାର୍କ, ଜେନେରାଲ ଇଂଲିଶ ୪୦ ମାର୍କ, ରିଜୋନିଂ ଓ କମ୍ପ୍ୟୁଟର ଆପ୍ଟିଟ୍ୟୁଡ୍‌ ୫୦ ମାର୍କ, ଆଇବିପିଏସ୍‌ ପ୍ରିଲିମସ୍‌ରେ ଇଂରାଜୀର ନ୍ୟୁମେରିକାଲ ଓ ରିଜୋନିଂ ଆବିଲିଟିର ୧୦୦ ମାର୍କ ପରୀକ୍ଷା ହେବ ।
ଆଇବିପିଏସ୍‌ କ୍ଲରିକାଲ ଏକ୍ସାମ ୨୦୧୯ ପାଇଁ ଗ୍ରାଜୁଏଟ୍‌ ସର୍ବନିମ୍ନ ଯୋଗ୍ୟତା । ଏହାର ବୟସ ସୀମା ୨୦ରୁ ୨୮ ।

ତାରିଖ, ଆପ୍ଲିକେସନ୍‌, ଦରମା, ପରୀକ୍ଷା ପଦ୍ଧତି ବିଷୟରେ ଆଇବିପିଏସ୍‌ କ୍ଲର୍କ ଏକ୍ସାମ ୨୦୧୯ରେ ଏହା ତଳେ ଦିଆଯାଇଥିବା ଲିଙ୍କରେ ପାଇପାରିବେ ।
ଆଇବିପିଏସ୍‌ କ୍ଲର୍କ ଏକ୍ସାମର ତାରିଖ-
ଅନ୍‌ଲାଇନ ଆପ୍ଲିକେସନ ଆବେଦନ ଆରମ୍ଭ ୧୭ ସେପ୍ଟେମ୍ବର ୨୦୧୯
ଆବେଦନର ଶେଷ ତାରିଖ ୦୯ ଅକ୍ଟୋବର ୨୦୧୯ ଅପରାହ୍ନ ୫ଟା ପର୍ଯ୍ୟନ୍ତ
ପ୍ରଲିମସ୍‌ର କଲ୍ ଲେଟର ଡାଉନ ଲୋଡ ନଭେମ୍ବର ୨୦୧୯
ଆଇବିପିଏସ୍ ପ୍ରିଲମ ଅନ୍‌ଲାଇନ୍‌ ଏକ୍ସାମ ୦୭,୦୮,୧୪,୧୫ ଡିସେମ୍ବର ୨୦୧୯
ଅନ୍‌ଲାଇନ୍‌ ଏକ୍ସାମର ରେଜଲ୍ଟ- ଡିସେମ୍ବର ୨୦୧୯/ଜାନୁଆରୀ ୨୦୨୦
ମେନ୍‌ ପାଇଁ କଲ୍‌ଲେଟର ଡାଉନଲୋଡ୍‌ ଜାନୁଆରୀ ୨୦୨୦
ଆଇବିଏସ୍‌ ମେନ୍‌ ଏକ୍ସାମ ଜାନୁଆରୀ ୧୯, ୨୦୨୦
ଚାକିରି ପାଇବେ ଏପ୍ରିଲ ୨୦୨୦
ଖାଲି ପଦବୀର ତାଲିକା
ଆଣ୍ଡମାନ ନିକୋବର ଦ୍ୱୀପପୁଞ୍ଜ -୧୪ ପଦବୀ
ଆନ୍ଧ୍ରପ୍ରଦେଶ – ୭୭୭ ପଦବୀ
ଅରୁଣାଚଳ ପ୍ରଦେଶ-୧୧ ପଦବୀ
ଆସାମ-୧୮୯ ପଦବୀ
ବିହାର -୨୯୫ ପଦବୀ
ଚଣ୍ଡୀଗଡ -୬୪ ପଦବୀ
ଛତିଶଗଡ- ୧୭୪ ପଦବୀ
ଦାଦ୍ରା ନଗର ହାଭେଲି -୨ ପଦବୀ
ଦିଲ୍ଲୀ -୫୨୫ ପଦବୀ
ଗୋଆ -୬୭ ପଦବୀ
ଗୁଜୁରାଟ -୬୦୦ ପଦବୀ
ହରିୟାଣା -୩୨୮ ପଦବୀ
ହିମାଚଳ ପ୍ରଦେଶ- ୧୨୯ ପଦବୀ
ଜାମ୍ମୁ-କାଶ୍ମୀର -୬୩ ପଦବୀ
ଝାରଖଣ୍ଡ – ୧୪୧ ପଦବୀ
କର୍ଣ୍ଣାଟକ -୯୫୩ ପଦବୀ
କେରଳ -୩୪୯ ପଦବୀ
ଲକ୍ଷାଦ୍ୱୀପ – ୧ ପଦବୀ
ମଧ୍ୟପ୍ରଦେଶ -୪୪୦ ପଦବୀ
ମହାରାଷ୍ଟ୍ର – ୧୨୫୭ ପଦବୀ
ମଣିପୁର ୧୧ ପଦବୀ
ମେଘାଳୟ -୭ ପଦବୀ
ମିଜୋରାମ ୯ ପଦବୀ
ନାଗାଲାଣ୍ଡ – ପଦବୀ
ଓଡିଶା ୪୧୭ ପଦବୀ
ପୁଡୁଚେରୀ ୪୪ ପଦବୀ
ପଞ୍ଜାବ ୬୩୪ ପଦବୀ
ରାଜସ୍ଥାନ ୩୨୫ ପଦବୀ
ସିକ୍କିମ -୨୩ ପଦବୀ
ତାମିଲନାଡୁ -୧୩୭୯ ପଦବୀ
ତେଲେଙ୍ଗାନା -୬୧୨ ପଦବୀ
ତ୍ରିପୁରା – ୫୩ ପଦବୀ
ଉତ୍ତରପ୍ରଦେଶ ୧୨୦୩ ପଦବୀ
ଉତ୍ତରାଖଣ୍ଡ -୧୧୭ ପଦବୀ
ପଶ୍ଚିମବଙ୍ଗ – ୮୪୭
ଯୋଗ୍ୟତା
କୌଣସି ସରକାରୀ ସୀକୃତି ପ୍ରାପ୍ତ ବିଶ୍ୱ ବିଦ୍ୟାଳୟରୁ ଗ୍ରାଜୁଏଟ୍‌ ହୋଇଥିବା ଆବଶ୍ୟକ ।
ପ୍ରାର୍ଥୀଙ୍କର ମାର୍କସିଟ ସହ ଡିଗ୍ରୀ ସାର୍ଟିଫିକେଟ ଥିବା ଦରକାର ରେଜିଷ୍ଟର କରିବା ସମୟରେ ସେମାନେ ମାର୍କ ପ୍ରତିଶତ ପୂରଣ କରିପାରିବେ ।
କମ୍ପ୍ୟୁଟର ଜ୍ଞାନ- କମ୍ପ୍ୟୁଟର ଚଳାଇ ପାରୁଥିବା ଆବଶ୍ୟକ ।
ବୟସ ସୀମା ୨୦ ରୁ ୨୮
ପ୍ରିଲମସ୍‌ କମ୍ପ୍ୟୁଟର ବେସଡ୍‌ ଅବଜେକ୍ଟିବ ଟାଇପ ୧୦୦ ମାର୍କ, ମେନ୍‌ କମ୍ପ୍ୟୁଟର ବେସଡ୍‌ ୨୦୦ ମାର୍କ , ଫାଇନାଲ ସିଲେକସନ୍ ଫେଡ୍‌ ୨ ଓ ଇଣ୍ଟରଭ୍ୟୁ ରାଉଣ୍ଡରୁ

ଏସ୍‌ସି ଏସ୍‌ଟି ପିଡବ୍ଲୁଡି ଏଏକ୍ସଏସ୍‌ଏମ୍‌ଙ୍କ ପାଇଁ ଆବେଦନ ଫି ୧୦୦ ଟଙ୍କା
ଅନ୍ୟମାନଙ୍କ ପାଇଁ ୬୦୦ ଟଙ୍କା

Leave A Reply