ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର
ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ

130

ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ସେବାକୁ ବଲାଙ୍ଗିର ଜିଲ୍ଲାର କାଂଟାବାଞ୍ଜି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି । ବଲାଙ୍ଗିରର ସାଂସଦ
ସଂଗୀତା ସିଂଦେଓ କଂଟାବାଂଜୀଠାରେ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କଂଟାବାଂଜୀ ବିଧାୟକ ସନ୍ତୋଷ ସିଂହ
ସାଲୁଜା ମଧ୍ୟ ଉପସ୍ଥିତ ଥିଲେ ।


ଏହି ଟ୍ରେନ୍‌ କାଂଟାବାଞ୍ଜିରୁ ପୂର୍ବାହ୍ନ ୧୦ ଟାରେ ବାହାରି ରାତ୍ରି ସାଢ଼େ ୧୧ଟାରେ ହାଓଡ଼ାରେ ପହଂଚିବ । ଏହା ସଇଁତଳା, ଲୋଇସିଙ୍ଗା, ବରପାଲି,
ହିରାକୁଦ୍‌, ରେଙ୍ଗାଲୀ, ରାଜଗାଙ୍ଗପୁର, ମନୋହରପୁର, ଚକ୍ରଧରପୁର, ରାଜଖରସୁଆନ୍‌, ସିନି, ରଖା ମାଇନ୍ସ, ଚକୁଲିଆ, ଝାରଗ୍ରାମ, ସାନ୍ତ୍ରାଗଛି
ଠାରେ ମଧ୍ୟ ରହଣି କରିବ ।

Comments are closed, but trackbacks and pingbacks are open.