ଭୁବନେଶ୍ୱର: ଲୋକପ୍ରିୟ ମାମାଆର୍ଥ ବ୍ରାଣ୍ଡ୍ର ମାଲିକାନା ରଖିଥିବା ସଂସ୍ଥା ହୋନାସା କଂଜ୍ୟୁମର ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । ହୋନାସା କଂଜ୍ୟୁମର ଲିମିଟେଡ୍ ହେଉଛି ରାଜସ୍ୱ ଦୃଷ୍ଟିରୁ ଭାରତର ସର୍ବବୃହତ ଡିଜିଟାଲ୍ ପ୍ରଥମ ବିଉଟି ଓ ପର୍ସନାଲ୍ କେୟାର ବ୍ରାଣ୍ଡ୍ ।
ଇନିସିଆଲ ପବ୍ଲି୍କ୍ ଅଫର (ଆଇପିଓ) ଜରିଆରେ ଇକ୍ୱିଟି ସେୟାର ଉପଲବ୍ଧ କରି କଂପାନି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି । ଏଥିରେ ସାମିଲ ରହିଛି ୪୦୦ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଏବଂ ୪୬,୮୧୯,୬୩୫ ଅଂଶଧନକାରୀଙ୍କ ଇକ୍ୱିଟି ସେୟାର ଯାହାକୁ ଅଫର ଫର ସେଲ୍ରେ ଉପଲବ୍ଧ କରାଯିବ ।
ଏଥିରୁ ଯେଉଁ ପାଣ୍ଠି ମିଳିବ ସେଥିରୁ ୧୮୬ କୋଟି ଟଙ୍କାକୁ କଂପାନି ନିଜ ବ୍ରାଣ୍ଡ୍କୁ ନେଇ ସଚେତନତା ବଢ଼ାଇବା ଲାଗି ବିଜ୍ଞାପନରେ ଖର୍ଚ କରିବ, ନୂଆ ଇବିଓ ସ୍ଥାପନ କରିବା ଲାଗି ପୁଂଜି ବ୍ୟୟ ଭାବେ ୩୪.୨୩ କୋଟି ଟଙ୍କା ଖର୍ଚ ହେବ ଏବଂ ଭବାନି ବ୍ଲଂଟ୍ ହେୟାର ଡ୍ରେସିଂ ପ୍ରାଇଭେଟ୍ ଲିମିଟେଡ୍ ନାମକ ସହଯୋଗୀ କଂପାନିର ନୂଆ ସେଲୁନ ଖୋଲିବା ଲାଗି ୨୭.୫୨ କୋଟି ଟଙ୍କା ଖର୍ଚ ହେବ । ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଅଧିଗ୍ରହଣରେ ବ୍ୟବହାର କରାଯିବ ।
ଅଫର ଫର ସେ୍ରେ ବରୁଣ ଅଲଘ ୩,୧୮୬,୩୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଗଜଲ ଅଲଘ ୧,୦୦,୦୦୦ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଇଭଲଭେନ୍ସ ଇଣ୍ଡିଆ କଏନ୍ଭେଷ୍ଟ ପିସିସି ୨୨୦,୬୧୩ ଇକ୍ୱିଟି ସେୟାର, ଇଭଲଭେନ୍ସ ଇଣ୍ଡିଆ ଫଣ୍ଡ୍ ୩ ଲିମିଟେଡ୍ ୮୬୨,୯୮୭ ଇକ୍ୱିଟି ସେୟାର, ଫାୟାରସାଇଡ୍ ଭେଂଚର୍ସ ଇନଭେଷ୍ଟମେଂଟ୍ ଫଣ୍ଡ୍-୧ ୭,୯୭୨,୪୭୮ ଇକ୍ୱିଟି ସେୟାର, ସୋଫିନା ଭେଂଚର୍ସ ଏସ୍ଏ ୧୯,୧୩୩,୯୪୮ ଇକ୍ୱିଟି ସେୟାର ଏବଂ ଷ୍ଟେଲାସିସ୍ ଭେଂଚର ପାର୍ଟନସ୍ ଇଣ୍ଡିଆ ୧୨,୭୫୫,୯୬୫ ଇକ୍ୱିଟି ସେୟାର, କୁନାଲ ବେହଲ୍ ୭୭୭,୬୭୨, ରିଷଭ ହର୍ଷ ମାରିୱାଲା ୪୭୭,୩୦୦ ଏବଂ ରୋହିତ କୁମାର ବଂଶଲ ୭୭୭,୬୭୨ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇକ୍ୱିଟି ସେୟାରଗୁଡ଼ିକୁ ବିଏସ୍ଇ ଲିମିଟେଡ୍ ଏବଂ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଅଫ୍ ଇଣ୍ଡିଆ ଲିମିଟେଡ୍ରେ ତାଲିକାଭୁକ୍ତ କରାଯିସବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କଂପାନି ଲିମିଟେଡ୍, ସିଟି ଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଜେଏମ୍ ଫାଇନାନ୍ସିଆଲ ଲିମିଟେଡ୍ ଏବଂ ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।
Sign in
Sign in
Recover your password.
A password will be e-mailed to you.
Comments are closed, but trackbacks and pingbacks are open.