ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ର ସଦସ୍ୟ ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା । ହକିରୁ ବୀରେନ୍ଦ୍ରଙ୍କ ସନ୍ନ୍ୟାସ ନେବା ବିଷୟ ‘ହକି ଇଣ୍ଡିଆ’ ଟ୍ୱ ିଟ୍ କରି ସୂଚନା ଦେଇଛି । ୩୧ ବର୍ଷୀୟ ଲାକ୍ରା ଭାରତ ପାଇଁ ୨୦୧ଟି ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି ।
ବୀରେନ୍ଦ୍ର ଭାରତୀୟ ହକି ଟିମ୍ର ଷ୍ଟାର୍ ଡିଫେଣ୍ଡର ଥିଲେ । ସେ ଦୁଇ ଥର ଅଲିମ୍ପିକ୍ସରେ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳ ପାଇଁ ଖେଳିଥିବା ବେଳେ ୨୦୧୬ରେ ଅଲିମ୍ପିକ୍ସ ପାଇଁ ଚୟନ ହୋଇଥିଲେ ମଧ୍ୟ ଆହତ ହେବା କାରଣରୁ ଖେଳିପାରି ନ ଥିଲେ । ତେବେ ୨୦୨୧ ଟୋକିଓ ଅଲିମ୍ପିକ୍ସ ପାଇଁ ତାଙ୍କୁ ଦଳରେ ସାମିଲ୍ କରାଯାଇଥିଲା । ସେ ମଧ୍ୟ ଅଲିମ୍ପିକ୍ସରେ ଦଳର ଉପଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ । ଟୋକିଓରେ ଭାରତୀୟ ଦଳ ୪୧ ବର୍ଷର ପ୍ରତୀକ୍ଷା ପରେ ବ୍ରୋଞ୍ଜ
ପଦକ ଜିତିଥିଲା ।